logo
add image
ମହାରାଜା ଉଚ୍ଚ ବିଦ୍ୟାଳୟରେ ଶୋକସଭା।

ମହାରାଜା ଉଚ୍ଚ ବିଦ୍ୟାଳୟରେ ଶୋକସଭା।

ସୋନପୁର,୧୩/୧୨/୨୦୨୪(ଆଧାର ମିଡ଼ିଆ)ମହାରାଜା ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣପୁର ର ତିନିଜଣ ପୁରାତନ ଛାତ୍ର ଇଂ.ଅଚ୍ୟୁତାନନ୍ଦ ରଥ,କ୍ରୀଡାବିଦ୍ ବଳରାମ ପଣ୍ଡା ଏବଂ କ୍ରୀଡାବିଦ୍ ସତୀଶଚନ୍ଦ୍ର ପଟ୍ଟନାୟକଙ୍କ ସ୍ବର୍ଗବାସ ଯୋଗୁ ବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବାପରେ ସଂଘର ସଂପାଦକ ବ୍ୟୋମକେଶ ଦାଶ,ସଭ୍ୟ କଇରୁ ସ୍ବାଇଁ, ପର୍ଶୁରାମ ମିଶ୍ର,ଦିଲ୍ଲୀପ କୁମାର ରଥ,ରଘୁନାଥ ସାହୁ,ବାଳଗୋପାଳ ମହାପାତ୍ର,ଗତିକୃଷ୍ଣ ମିଶ୍ର,ପ୍ରଧାନ ଶିକ୍ଷକ ଆଶୀଷ କୁମାର ରଥ ପ୍ରମୁଖ ଦିବଙ୍ଗତ ପୁରାତନ ଛାତ୍ର  ତିନିଜଣଙ୍କ ଗୁଣଗାନ କରି ଭକ୍ତି ପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।ସେମାନଙ୍କ ଅବର୍ତ୍ତମାନରେ ତିନିଜଣ ବରପୁତ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ହରାଇଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
 

Recent Comments

Leave Comments

Top