logo
add image
ସିଗମା ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ।

ସିଗମା ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ।

ଖୋର୍ଦ୍ଧା,୧୫/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ୱାଇଁ)ଖୋର୍ଦ୍ଧା ଷ୍ଟାଡିୟମ ରେ ସିଗମା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ସମାପ୍ତ ହୋଇଛି।ତିନିଦିନ ଧରି ଏହି କ୍ରୀଡା ଉତ୍ସବ ଚାଲିଥିଲା।ଅନୁଷ୍ଠାନ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ୬ଷ୍ଠ ବାଟାଲିୟନର ଅତିରିକ୍ତ କମାଣ୍ଡର ଅଶ୍ୱିନୀ କୁମାର ମହାପାତ୍ର ଉଦ୍ଘାଟନ ଦିବସରେ ଯୋଗ ଦେଇ କ୍ରୀଡାବିତ୍ ଙ୍କ ଠାରୁ ମଶାଲ ଗ୍ରହଣ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ।କ୍ରୀଡା ଛାତ୍ର ଛାତ୍ରୀ ଙ୍କ ପାଇଁ ସଂପୂର୍ଣ୍ଣ ଭାବେ ଏକ ସାଧନା।ବିଦ୍ୟାଳୟ ସ୍ତର ରେ ଏହି ସାଧନା ହାସଲ ପାଇଁ ଏହିଭଳି କ୍ରୀଡା ପ୍ରତିଯୋଗିତା ଆବଶ୍ୟକତା ରହିଛି।ଛାତ୍ର ସମୟରୁ ଏହି ସାଧନା ଏବଂ ପ୍ରତିଯୋଗୀତା ମନୋଭାବ ଭବିଷ୍ୟତରେ ବିଶ୍ଵ ଅଲମ୍ପିକ୍ସ ରେ କୃତିତ୍ୱ ହାସଲ କରିବାର ପଥ ଦେଖାଇଥାଏ।ଛାତ୍ର ଛାତ୍ରୀଙ୍କ ମଧ୍ୟରେ ୨୦୦ମିଟର,୧୦୦ମିଟର,୫୦ମିଟର ଦୌଡ,ମିଉଜିକ ଚେୟାର,ସାଇକଲ ରେସ,ଲମ୍ୱ ଡିଆଁ,ବେଲୁନ୍ ରେସ,ବାଲି ବୋତଲ ଦୌଡ,ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା।୩ ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗୀତାରେ ବିଭିନ୍ନ ସ୍ତର ରେ ନର୍ସରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଚମ୍ପିୟାନ ଭାବେ ସୂର୍ୟଂଶୁ ଭଞ୍ଜ ଏବଂ ତୃପ୍ତିମୟୀ ସ୍ଵାଇଁ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ଉଦଯାପନ କାର୍ଯ୍ୟକ୍ରମରେ କମାଣ୍ଡର ଶ୍ରୀଯୁକ୍ତ ମହାପାତ୍ର ଏବଂ ଉପାଧ୍ୟକ୍ଷ ସୋର୍ଜ୍ୟ ରଞ୍ଜନ ମହାନ୍ତି ଏବଂ ସ୍କୁଲର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଦେଇ କୃତି କ୍ରୀଡାବିତ୍ ମାନଙ୍କୁ,ଟ୍ରଫି, ମେଡାଲ ଏବଂ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।ଉଦଯାପନ ଉତ୍ସବରେ ଛାତ୍ରଛାତ୍ରୀ ମାନେ ସୂର୍ଯ୍ୟ ନମସ୍କାର,ଓଡ଼ିଶୀ ନୃତ୍ୟ,ପିରାମିଡ୍,ଡ୍ରିଲ,କରାଟେ ପ୍ରଦର୍ଶନ କରିଥିଲେ।ଅନୁଷ୍ଠାନ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଶାନ୍ତି ଶୃଙ୍ଖଳାର କ୍ରୀଡା ପ୍ରତିଯୋଗିଟା ଏବଂ ପୁରସ୍କାର ବିତରଣୀ ଉତ୍ସବକୁ ପରିଚାଳନା କରିଥିଲେ।ଶତାଧିକ, ଅଭିଭାବକ,ଶୁଭେଚ୍ଛୁ,କ୍ରୀଡାବିତ୍ ଉଦଯାପନୀ ଉତ୍ସବରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପ୍ରଂଶସା କରିଥିଲେ।


 

Recent Comments

Leave Comments

Top