ନୟାଗଡ,୧୫/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ନାଲିସାଗର ପଡ଼ିଆରେ ଚାଲିଥିବା ୧୫ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ ଟି- ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମ୍ବଲପୁର କ୍ରିକେଟ ଟିମ୍ ସହିତ ଭାଇଯାକ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଭାଇଯାକ କ୍ରିକେଟ ଟିମ୍ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା।ଜବାବରେ ସମ୍ବଲପୁର କ୍ରିକେଟ୍ ଟିମ୍ ୧୨.୨ ଓଭରରେ ୩ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ୭ ୱିକେଟ ରେ ବିଜୟୀ ହେବା ସହ ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା।ଆଜିର ମ୍ୟାଚରେ ସମ୍ବଲପୁର କ୍ରିକେଟ ଟିମର ଅରୁଣ ଛୋପରାନଙ୍କ ଅଲ୍ ରାଉଣ୍ଡର ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା।ସେହିପରି ଭାଇଯାକ୍ କ୍ରିକେଟ ଟିମ୍ ର ଏସ୍. ତରୁଣ ଙ୍କୁ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ବୋଲର ଭାବେ ଅଙ୍କିତ ଦାବସ ଙ୍କୁ ପୁରସ୍କୃତ କରାଯାଇଥିଲା।ଆଜିର ଖେଳକୁ ଆଶୁତୋଷ ପାଣି ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ବୁବୁ ସିହ୍ନl,ସରୋଜ କୁମାର ମହାପାତ୍ର ଦାୟୀତ୍ଵ ନିର୍ବାହ କରିଥିଲେ। ସ୍କୋରର୍ ଭାବେ କିରଣ ମନୋହର ମହାନ୍ତି, ପବିତ୍ର କୁମାର ସାହୁ ଓ ବିଭୁତି ଭୁଷଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ କୁମାର ବେହେରା,ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୁର୍ବତନ ବିଧାୟକ ସୁର ରାଉତରାୟ,ସତ୍ୟ ନାରାୟଣ ପ୍ରଧାନ ଓ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଦରାଜ,ଯାତ୍ରା ଅଭିନେତା ଦୈତାରି ପଣ୍ଡା ଓ ଜଗା ପଣ୍ଡା,ସିନେ ତାରକା ଲିପି ମହାପାତ୍ର ଓ ସୁଭାଶିଷ ଶର୍ମା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଉତ୍ସାହିତ କରିଥିଲେ।
Recent Comments