logo
add image
ଜବାହାରଲାଲ ହାଇସ୍କୁଲ ର ବାର୍ଷିକ କ୍ରୀଡା ଉଦଯାପିତ।

ଜବାହାରଲାଲ ହାଇସ୍କୁଲ ର ବାର୍ଷିକ କ୍ରୀଡା ଉଦଯାପିତ।

ବଲାଙ୍ଗୀର,୧୫/୧୨/୨୦୨୪(ଆଧାର ମିଡ଼ିଆ)ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡl ଜବାହାରଲାଲ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି lପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ୍ଘାଟନୀ ସଭାକୁ ସ୍ଥାନୀୟ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ସ୍କୁଲ ପରିଚାଳନା କମିଟି ସଭାପତି ଚୈତନ୍ୟ ପଣ୍ଡା ଓ ଆଲୁମିନି କମିଟି ସଭାପତି ଅନନ୍ତ ବିଶ୍ୱାଳ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ୨୮ଗୋଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବାଳକ ବିଭାଗରେ କ୍ରିଷ୍ଣା ସ୍ୱାଇଁ ଓ ବାଳିକା ବିଭାଗରେ ରୀନା ସାହୁ ଙ୍କୁ ଚାମ୍ପିୟନ  ଘୋଷଣା କରାଯାଇଥିଲା।ବିଦ୍ୟାଳୟ ର ଖେଳ ଶିକ୍ଷୟତ୍ରୀ ନିରୋତ୍ତମା ବିଶ୍ୱାଳ ଖେଳ ପରିଚାଳନା କରିଥବା ବେଳେ ଶିକ୍ଷକ ସୁଧାଂଶୁ ପ୍ରଧାନ,କlନହୁ ଚରଣ ଧରୁଆ,ପଙ୍କଜ ମେହେର,ପ୍ରଦୀପ ଦଣ୍ଡସେନା,ରଂଜିତ ମିଶ୍ର,ସଂଜୀବ ମିଶ୍ର,ସୁଜିତ ଧରୁଆ,ପ୍ରମୋଦ ବିଶ୍ୱାଳ,ଅଶ୍ୱିନୀ ମହାଳିଙ୍ଗ,ଶିକ୍ଷୟତ୍ରୀ ସୁଷମା ମେହେର,ସୁବାସିନୀ ସେଠି,ପ୍ରତିଶl ମିଶ୍ର,ସୁମିତ୍ରା ସୁତାର,ରଶ୍ମିତା ନନ୍ଦ ଓ ଶିକ୍ଷା କର୍ମଚାରୀ ଜଗନ୍ନାଥ ଯୋଶୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

Recent Comments

Leave Comments

Top