ଖୋର୍ଦ୍ଧା,୧୭/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ମହାପାତ୍ରଙ୍କ ସଭାପତିତ୍ବରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀ,ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ପଣ୍ଡା,ସମିତିସଭ୍ୟ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଏହି ବାର୍ଷିକ କ୍ରୀଡା ଉତ୍ସବ ପ୍ରଥମ ଦିବସରେ ଶହେ ମିଟର ଦୌଡ,ସଟଫୁଟ୍ ଥ୍ରୋ,ଡିସକସ୍ ଥ୍ରୋ,ଲଙ୍ଗ ଜମ୍ପ,ହାଇଜମ୍ପ,ସ୍ଲୋ ସାଇକେଲ,ମିୟୂଜିକ ଚେୟାର,ଆଳୁ ଚାମଚ୍, ଗଣିତ ଦୌଡ ଖେଳ ଭଳି ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା।କ୍ରୀଡା ଶିକ୍ଷକ ସୃଶ୍ରୀ ଶିକ୍ଷୟତ୍ରୀ ସାହୁ ଓ ଉମେଶ ସାହୁ ଏହି ଖେଳକୁ ପରିଚାଳନା କରିଥିଲେ।ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବସନ୍ତ କର,ସ୍ତିତପ୍ରଜ୍ଞ ଯୁଝାର ସିଂ,ଗୌତମ କିଶୋର ବେହେରା,ଇତିଶ୍ରୀ ପଣ୍ଡା,ସସ୍ମିତା ମହାପାତ୍ର,ରଶ୍ମିତା ସାହୁ ରତ୍ନପ୍ରଭା ସାହୁ ଏବଂ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।ଏହି କ୍ରୀଡା ଉତ୍ସବର ପ୍ରଥମ ଦିନରେ ଜୁନିୟର ଖେଳାଳି ୧୦୦ ମିଟର ଦୌଡରେ ତମନ୍ନା କର ଏବଂ ସିନିୟର୍ ଖେଳାଳି ୧୦୦ ମିଟର ଦୌଡରେ ଆଦିତ୍ୟ ରାଉତରାୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଟିତ ହେବା ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି।
Recent Comments