logo
add image
ଗୌରୀଶଙ୍କର ପବ୍ଲିକ ସ୍କୁଲର ୨୪ ତମ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ।

ଗୌରୀଶଙ୍କର ପବ୍ଲିକ ସ୍କୁଲର ୨୪ ତମ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ।

ବୌଦ୍ଧ,୧୮/୧୨/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୌରୀଶଙ୍କର ପବ୍ଲିକ ସ୍କୁଲର ଦୁଇ ଦିନିଆଁ ୨୪ତମ ବାର୍ଷିକ କ୍ରିଡା ଉତ୍ସବ ଜିଲ୍ଲା ଷ୍ଟାଡିୟମଠାରେ ଉଦଘାଟିତ ହୋଇଯାଇଛି।ମୁଖ୍ୟଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତାରେଣି କୁମାର ମହାପାତ୍ର ଯୋଗଦେଇ କ୍ରିଡା ମଶାଲ ସ୍ଥାପନ କରିବା ସହିତ ଏହି କ୍ରିଡା ଉତ୍ସବକୁ ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ରାଉତ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ମହାରଣା ଯୋଗଦେଇ କ୍ରିଡାବିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରିଡା ଉତ୍ସବକୁ ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ରଞ୍ଜିତ କୁମାର ରାଉତ  ବିଦ୍ୟାଳୟର  ଶିକ୍ଷୟିତ୍ରୀ ଅର୍ଚ୍ଚନା ବିଶ୍ଵାଳ,ସୁବର୍ଣ୍ଣ।ନାୟକ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।ବାର୍ଷିକ କ୍ରିଡାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Recent Comments

Leave Comments

Top