ନୂଆପଡା/ସିନାପାଲି,୨୦/୧୨/୨୪(ଆଧାର ମିଡ଼ିଆ//ରିପୋର୍ଟ-ହେରମ୍ବ ମେହେର)ନୂଆପଡ଼ା ଜିଲ୍ଲା ବୋଡ଼େନ ପୋଲିସକୁ ଏକ ସାଇବର ଠକେଇ ର ପର୍ଦ୍ଦାଫାଶ କରିବାରେ ସଫଳତା ମିଳିଛି।ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଧୀନରେ ଥିବା ବରଗାଁ ଗ୍ରାମ ନିବାସୀ ଭବେଶ ମେହେର ନାମକ ଏକ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ସାଇବର ଠକେଇ ମାଧ୍ୟମରେ ୧ ଲକ୍ଷ ୭୧ ହଜାର ଟଙ୍କା ଗାୟବ ହୋଇଯାଇଥିଲା।ତା ପୂର୍ବରୁ ଭବେଶ ପାଖକୁ ଗତ ୬ ତାରିଖ ଦିନ ଏକ ମେସେଜ ଆସିଥିଲା ଓ ସେହି ମେସେଜ ପରେ ୭ ତାରିଖ ଦିନ ତାଙ୍କ ପାଖକୁ ଏକ ଲିଙ୍କ ମେସେଜ ଆସିଥିବା ଦେଖି ସେ ତାକୁ କ୍ଲିକ କରିଥିଲେ ଯାହାଦ୍ୱାରା ଡିସେମ୍ବର ୭ ଏବଂ ଡିସେମ୍ବର ୮ ତାରିଖ ଦୁଇ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ୍ ପାସ ବହିରୁ ଦୁଇ ଥରରେ ଏକ ଆମାଜନ୍ ଏକାଉଣ୍ଟକୁ ୧ ଲକ୍ଷ ୭୧ ହଜାର ଟଙ୍କା ଟ୍ରାନସଫର୍ ହୋଇଯାଇଥିଲା।ଏ ଘଟଣାକୁ ନେଇ ଭବେଶ ଗତ ୧୩ ତାରିଖ ଦିନ ବୋଡ଼େନ ପୋଲିସ ପାଖରେ ଲିଖିତ ଅଭିଯୋଗ ଦେଇଥିଲେ।ପୋଲିସ ଏ ଅଭିଯୋଗ କୁ ଆଧାର କରି ଘଟଣାର ତଦନ୍ତ ଚଳାଇ ପରେ ଝାରଖଣ୍ଡ ରାଜ୍ୟ ନିବାସୀ ଅଭିଯୁକ୍ତ ଅଭିଜିତ ମେହେରାଙ୍କୁ ଗିରଫ କରିଥିବା ନୂଆପଡା ଆରକ୍ଷୀ ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହିତ ସମସ୍ତ ଜନସାଧାରଣ ଏମିତି ସାଇବର ଠକେଇ ରୁ ସଚେତନ ହେବାପାଇଁ ଅନୁରୋଧ କରିଛନ୍ତି।
Recent Comments