କାକଟପୁର/୨୨/୧୨/୨୦୨୪/ଆଧାର ମିଡ଼ିଆ/ କାକଟପୁର ଥାନା ପୋଲିସ ବଲରା ଛକ ନିକଟରୁ ଶନିବାର ଦିନ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକକୁ ଜବତ କରିବା ସହିତ ଏନେଇ ଥାନାରେ ୨ ଗୋଟି ମାମଲା ରୁଜୁ କରିଛନ୍ତି l ଏହି ଟ୍ରକ ଦୁଇଟି ବେଆଇନ ଭାବେ ମାଙ୍କଡା ପଥର ବୋଝେଇ କରି ନିମାପଡା ଅଞ୍ଚଳରୁ କାକଟପୁର ବାଙ୍ଗୁରୀଗାଁ ଅଭିମୁଖେ ଆସୁଥିଲା l ଥାନାରେ ଅଟକ ଥିବା ଟ୍ରକ ଗୁଡିକର ନମ୍ବର OR09 F 6973 ଏବଂ OR 09 D 9587 l ଏସଂକ୍ରାନ୍ତରେ କାକଟପୁର ଥାନାରେ ୨୫୧ /୨୪ ଓ ୨୫୨ /୨୪ରେ ଦୁଇ ଗୋଟି ମାମଲା ରୁଜୁ କରାଯାଇଅଛି l କାକଟପୁର ପୋଲିସ ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି l
Recent Comments