logo
add image
ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ 'ସଂକଳ୍ପ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ 'ସଂକଳ୍ପ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ


ପୁଇଁତଳା/୨୪/୧୨/୨୦୨୪/ (ଆଧାର ମିଡ଼ିଆ )-ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ହାଇସ୍କୁଲ ଠାରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ସଂକଳ୍ପ' ଉଦଯାପିତ ହୋଇଯାଇଛି l ଭାଲେର ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ପବିତ୍ର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଇଓ ପୁଇଁତଳା ଲୋକନାଥ ସୁନା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂକଳ୍ପ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ କହିଥିଲେ l ସାଧନକର୍ମୀ ଭାବେ ପ୍ରଧାନ ଶିକ୍ଷକ ଦିଲିପ ଯୋଶୀ,ସ୍ଵାଧୀନ ସାହୁ,ରବିନ୍ଦ୍ର ବରିହା ଓ ସୁଧାଂଶୁ ମିଶ୍ର ଯୋଗଦେଇ ଜାତୀୟ ଶିକ୍ଷାନୀତି-୨୦୨୦, କ୍ୟାରିୟର କାଉନସେଲିଂ,ଡିଜିଟାଲ କୌଶଳ ଓ ପ୍ରୟୋଗ  ଆଦି ବିଭିନ୍ନ ପ୍ରସଙ୍ଗରେ ତାଲିମ ପ୍ରଦାନ କରିଥିଲେ । ଶିବିରରେ ପୁଇଁତଳା ବ୍ଲକର ୩୮ଜଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଶିକ୍ଷକ ମିଥୁନ କୁଅଁର ଓ ଶିକ୍ଷୟତ୍ରୀ ଅପର୍ଣ୍ଣା ପତି କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଅନୁଭୂତି କହିଥିଲେ l କାର୍ଯ୍ୟକ୍ରମ ଶେଷରେ ସମସ୍ତ ସାଧନକର୍ମୀ ଓ ପ୍ରଶିକ୍ଷଣ ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l

Recent Comments

Leave Comments

Top