logo
add image
୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ,ମାଷ୍ଟର୍ସ କ୍ଲବ କଟକକୁ ହରାଇ ଯଦୁପୁର ଏକାଡେମୀ ଭୁବନେଶ୍ୱର ସେମିରେ

୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ,ମାଷ୍ଟର୍ସ କ୍ଲବ କଟକକୁ ହରାଇ ଯଦୁପୁର ଏକାଡେମୀ ଭୁବନେଶ୍ୱର ସେମିରେ

କାକଟପୁର/ ୨୬ /୧୨ /୨୦୨୪/ (ଆଧାର ମିଡ଼ିଆ/ରିପୋର୍ଟ-ତୁଷାର ଦୀକ୍ଷିତ ) ୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ୨୫ ତାରିଖ ଦିନ ବର୍ଷା ଯୋଗୁଁ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲା, କିନ୍ତୁ ପିଚ କ୍ଯୁରେଟର ଧିରେନ ଚାନ୍ଦଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଖେଳପାଇଁ ଉପଯୋଗୀ ହୋଇ ପାରିଛି, ଆଜି ଉଦଘାଟନୀ ଉତ୍ସବରେ କାକଟପୁର ଥାନାଧିକାରୀ ଉମେଶ ଚନ୍ଦ୍ର ସାହୁ, ଶାରଳା ରେସିଡେଣ୍ଟିଆଲ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦୁଇ ଦଳର ଅଧିନାୟକଙ୍କୁ ଅମ୍ପେୟାର ଟସ ପକାଇବା ପାଇଁ ଆମନ୍ତ୍ରଣ କରିଥିଲେ l ମାଷ୍ଟର୍ସ କ୍ଲବ କଟକ ପ୍ରଥମେ ଟସଜିତି ଫିଲ୍ଡିଂ କରିବାର ନିଷ୍ପତି ନେଇ ଯଦୁପୁର ଏକାଡେମୀ କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ l ଯଦୁପୁର ଏକାଡେମୀ ପ୍ରଥମେ ନିର୍ଦ୍ଦାରୀତ ୨୦ ଓଭରରେ ୧୩୩   କରିବାରେ ସକ୍ଷମ ହୋଇଥିଲା l ଦଳ ପକ୍ଷରୁ ଶେଖ ସଲମାନ ୩୧ ବଲରେ ୨୯ ରନ ଓ ଅମିତ ବଡ଼ଜେନା ୧୮ବଲରେ ୩୫ ରନ ସଂଗ୍ରହ କରିଥିଲେ l ୧୩୪  ରନର ବିଜୟ ଲକ୍ଷ ନେଇ ମାଷ୍ଟର୍ସ କ୍ଲବ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇ ମାତ୍ର ୧୦୫ କରି ସମସ୍ତ ଉଇକେଟ ହରାଇଥିଲା l ଯଦୁପୁର ଏକାଡେମୀର ନିଶାଦ ଅଲ୍ଲୀ ୩ .୩ ଓଭର ବୋଲିଂ କରି ୩ଟି ଉଇକେଟ ଅକ୍ତିଆର କରିଥିଲେ l ବାଙ୍ଗୁରୀଗାଁ ମେଡିକାଲର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଶାନ୍ତିଭୂଷଣ ଜେନା ଅମିତ ବଡ଼ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଶୁକ୍ରବାର ଦିନ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ବନାମ ପାଟର୍ନ କ୍ରିକେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଥିଲେ l ଆଜିର ମ୍ୟାଚକୁ ଓଡିଶା କ୍ରିକେଟ ଆସୋସିଏସନର ୨ ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ଅୟେସକାନ୍ତ ମିଶ୍ର ପରିଚାଳନା କରିଥିଲେ l

Recent Comments

Leave Comments

Top