ପିପିଲି/୨୮/୧୨/(ଆଧାର ମିଡ଼ିଆ )ଯାତ୍ରା ଜଗତର ଜଣେ କଳାକାରକୁ ଜଣେ ଯୁବକ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ଜାତିଆଣ ଆକ୍ଷେପ କରି ଚଞ୍ଚକତା କ୍ରମେ ଅର୍ଥ ଲୁଟିନେବା ଓ ଶେଷରେ ମାରିଦେବାକୁ ଧମକ ଦେବାରେ ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପିପିଲି ପୋଲିସ ଅଭିଯୋଗକୁ ଗ୍ରହଣ କରି ଥାନାରେ ମାମଲା ଆଗତ କରି ଏହି ମାମଲାର ତଦନ୍ତ ଦାଇତ୍ଵ ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ତଦନ୍ତ ଦାଇତ୍ଵ ଦିଆ ଯାଇଅଛି । ଦାଇତ୍ଵପରେ ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକଡ ପାଇଁ କୋର୍ଟରେ ହାଜର କରିଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳି ଥିବା ବେଳେ ତଦନ୍ତ କାରୀ ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ।
ଲିଖିତ ଅଭିଯୋଗ ଅନୁଯାଇ ପିପିଲି ଥାନା ଅଞ୍ଚଳରେ ପୀଡ଼ିତା ରହୁଥିବା ବେଳେ ପୀଡ଼ିତା ଗତ ଅଗଷ୍ଟ ମାସରେ ଯାତ୍ରା ପରିବେଷଣ କରିବା ସମୟରେ ଜଣେ ବ୍ୟକ୍ତି ପୀଡିତାଙ୍କ ପରିଚୟରେ ଆସିଥିଲେ । ବ୍ୟକ୍ତି ଜଣକ ପ୍ରେମ ନିବେଦନ କରିଥିଲେ ମଧ୍ୟ ପୀଡ଼ିତା ଏଦିଗରେ ଗୁରୁତ୍ଵ ଦେଇ ନଥିଲେ । ଏମିତି ପୀଡ଼ିତା ଯେଉଁ ଯାତ୍ରା ମଞ୍ଚକୁ ଯାଇଥାନ୍ତି ସେହି ଠାକୁମଧ୍ୟ ଯୁବକ ଜଣକ ଯାଇ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏମିତି ପୀଡ଼ିତାଙ୍କ ଠାରୁ ଚଞ୍ଚକତା କ୍ରମେ ଅର୍ଥ ନେଇ ଥାଏ । ଯୁବକ ପୀଡ଼ିତାକୁ ନେଇ ଗତ ଅଗଷ୍ଟ ମାସରେ ଘଟଗାଁ ତାରେଣୀ ଅଞ୍ଚଳରେ ଜଣେ ବନ୍ଧୁଙ୍କ ଘରେ ରଖୀ ଏକ ଶିବ ମନ୍ଦିରରେ ବିଭାହ କରି ଦୁଇଦିନ ରହିଥିବା ବେଳେ ଯୁବକ ଅନ୍ୟ ସାଙ୍ଗମାନଙ୍କ ସହ ସମ୍ପର୍କ ରଖିବାପାଇଁ ବାଧ୍ୟକରି ଥିଲା .ଯାହାକି ପୀଡ଼ିତା କୌଶଳ କ୍ରମେ ସେଠାରୁ ପଳାଇ ଆସିଥିଲେ । ପରେ ପୀଡ଼ିତା ଦେଖା କରିବା ପାଇଁ ଯିବାବେଳେ ଯୁବକ ଜାତିଆଣ ଆକ୍ଷେପକରି ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଧିକ ଜାଣିବା ପାଇଁ ଆମ୍ଭ ପ୍ରତିନିଧି ତଦନ୍ତ କାରୀ ଅଫିସରଙ୍କୁ ଯୋଗାଯୋଗ କରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କ ପ୍ରତିକ୍ରିୟା ମିଳି ନଥିଲା ।
Recent Comments