ଖୋର୍ଦ୍ଧା/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତ ଚୁଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଭାକର ସାମନ୍ତରାୟଙ୍କ ୬୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନ ୩ଟାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ । ସ୍ବର୍ଗତ ସାମନ୍ତରାୟ କଂଗ୍ରେସ ଦଳର ଜଣେ ସକ୍ରୀୟ କର୍ମୀ ଭାବରେ ସମାଜ ସେବା କ୍ଷେତ୍ରରେ ଆଗଧାଡିର ନେତୃତ୍ୱ ନେଉଥିଲେ । ବହୁବର୍ଷ ଧରି ଚୁଡ଼ା ମୌଳିକ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ତୁଲାଇଥିଲେ । ସେହିପରି ପଞ୍ଚାୟତର କୃଷି ସମବାୟ ସେବା ସମିତିର ସଭାପତି ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଚାଷୀମାନଙ୍କ କ୍ଷେତ୍ରରେ ନିଖୁଣ ଭାବେ ତାଙ୍କର ଦାୟିତ୍ଵ ନିଭାଇଛନ୍ତି । ସେ ଜଣେ ମିଷ୍ଟା ଭାଷୀ , ପରୋପକାରୀ , ବନ୍ଧୁବତ୍ସଳ, ଲୋକପ୍ରିୟ ,ମେଳାପି ଦରଦୀ ମଣିଷ ଥିଲେ । ମୃତ୍ୟୁ ବେଳକୁ ତାଙ୍କର ଦୁଇପୁଅ ବିଶ୍ୱଜିତ୍ ସାମନ୍ତରାୟ ,ସାନପୁଅ ଅଭିଜିତ ସାମନ୍ତରାୟ ଓ ଝିଅ ଜ୍ବାଇଁଙ୍କ ସହିତ ବନ୍ଧୁ ପରିଜନ ନିକଟରେ ଉପସ୍ଥିତ ଥିଲେ । ତାଙ୍କର ପ୍ରାଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଶ୍ମଶାନରେ ଶବଦାହ କରାଯାଇଥିଲା । ବଡ଼ ପୁତ୍ର ବିଶ୍ୱଜିତ୍ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସାମନ୍ତରାୟଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବରପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଶୋକବ୍ୟକ୍ତ କରିବା ସହିତ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର ,ଫକୀର ମୋହନ ପ୍ରଧାନ ପୁର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଦାଶିବ ମହାପାତ୍ର , ସମାଜ ସେବୀ ପ୍ରମୋଦ କୁମାର ସ୍ବାଇଁ , ବରିଷ୍ଟ ସମାଜସେବୀ ସୁଶାନ୍ତ କୁମାର ତ୍ରିପାଠୀ ,ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ , ସମାଜସେବୀ ଦିଲୀପ ଦତ୍ତ ପ୍ରମୁଖ ସ୍ବର୍ଗତ ସାମନ୍ତରାୟଙ୍କ ଆମର ଆତ୍ମାର ଶଦ୍ ଗତୀ କାମନା କରିବା ସହିତ ଶୋକବ୍ୟକ୍ତ କରିଛନ୍ତି
Recent Comments