logo
add image
ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଅନୁଷ୍ଠିତ

ପ୍ରଥମ ରାଜ୍ୟ ସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର/ (ଆଧାର ମିଡ଼ିଆ) କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରଥମ ରାଜ୍ୟସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ୨୭ ଏବଂ ୨୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କିଶୋର ତରାଇ,ଖୋର୍ଦ୍ଧା ଏସୋସିଆସନ୍ ର ଚିଫ୍ ପେଟ୍ରନ୍ ସାରଦା ପ୍ରସନ୍ନ ଦାସ,ଓଡ଼ିଶା ଏସୋସିଏସନର ସଭାପତି ତାପସ ରାୟ ଚୌଧୁରୀ, ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା ଓ ଉପସଭାପତି ମନୋରଞ୍ଜନ ଭଞ୍ଜ ପ୍ରମୁଖ ଯୋଗଦାନ କରିଥିଲେ।ଏହି ପ୍ରତିଯୋଗିତାରେ ରାଜ୍ୟର ୨୧ ଗୋଟି ଜିଲ୍ଲାର ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବଲାଙ୍ଗିର ପେନକାକ୍ ଶିଲାଟ ଏସୋସିଏସନ୍ ର ସାଧାରଣ ସମ୍ପାଦକ ଗୁରୁ ପ୍ରଶାନ୍ତ ପାତ୍ର ଏବଂ କୋଚ୍ ପ୍ରିନ୍ସ ପାତ୍ର ଙ୍କ ଅଧ୍ୟକ୍ଷତା ରେ ୮ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ।ଜଗନ୍ ମେହେର ଟେଣ୍ଡିଂ ଇଭେଣ୍ଟ ରେ ସ୍ଵର୍ଣ୍ଣ ପଦକ,କ୍ରିତିକା ଅଗ୍ରୱାଲ ଟେଣ୍ଡିଂ ଏବଂ ତୁଙ୍ଗଲରେ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ,ସୁଶ୍ରୀ ଦେବାଂଶି ଟେଣ୍ଡିଂରେ ରୌପ୍ୟ ପଦକ,ଆଦିତ୍ୟ ଅଗ୍ରୱାଲ ତୁଂଗଲ ଏବଂ ଟେଣ୍ଡିଂରେ ରୌପ୍ୟ ଏବଂ ବ୍ରୋଞ୍ ପଦକ,ରୋହିତ କୁମାର ନାଏକ ଟେଣ୍ଡିଂରେ ରୌପ୍ୟ ପଦକ, ଖୁସିରାମ ସେଠ୍ ତୁଙ୍ଗଲ୍ ଏବଂ ଟେଣ୍ଡିଂରେ ବ୍ରୋଞ୍ଜ ପଦକ,ସ୍ଥିତ ପ୍ରଜ୍ଞା ମିଶ୍ର, ତୁଙ୍ଗଲ ଏବଂ ଟେଣ୍ଡିଂରେ ବ୍ରୋଞ୍ଜ୍ ପଦକ, ସୋମ୍ ନାରାୟଣ ଦୀପ ତୁଙ୍ଗଲ୍ ଏବଂ ଟେଣ୍ଡିଂ ରେ ବ୍ରୋଞ୍ଜ ଏବଂ ରୌପ୍ୟ ପଦକ ହାସଲ କରିଥିଲେ।ଏଭଳି ସର୍ବମୋଟ ୧୩ ଗୋଟି ପଦକ ବଲାଙ୍ଗିର ର ପ୍ରତିଯୋଗୀ ମାନେ ହାସଲ କରି ବଲାଙ୍ଗିର ର ଗର୍ବ ଗୌରବ ଅକ୍ଷ୍ୟୁର୍ଣ୍ଣ ରଖିଥିଲେ।ଏଣୁ ବିଭିନ୍ନ ମହଲରୁ ଶୁଭେଚ୍ଛୁ ମାନେ ବଲାଙ୍ଗିର ପେନାକାକ ସିଲାଟ୍ ଏସୋସିଏସନର ସଭାପତି ମହେନ୍ଦ୍ର କୁମାର ଦର୍ଜୀ,ସାଧାରଣ ସମ୍ପାଦକ ଗୁରୁ ପ୍ରଶାନ୍ତ ପାତ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Recent Comments

Leave Comments

Top