logo
add image
ମହିଳାଙ୍କୁ ବଳାତ୍କାର ଉଦ୍ୟମକରି ମରଣାନ୍ତକ ଆକ୍ରମଣ.ଥାନାରେ ମାମଲା  ।

ମହିଳାଙ୍କୁ ବଳାତ୍କାର ଉଦ୍ୟମକରି ମରଣାନ୍ତକ ଆକ୍ରମଣ.ଥାନାରେ ମାମଲା ।

ପିପିଲି/ପୁରୀ/୩୧/୧୨/୨୦୨୪/( ଆଧାର ମିଡ଼ିଆ ) ପୁରୀଜିଲ୍ଲା ପିପିଲି ଥାନା ଅଧୀନ ବନ୍ତଳସିଂହ ଗ୍ରାମରେ ଜଣେ ମହିଳାଙ୍କ ସ୍ଵାମୀ ଘରେ ନଥିବା ଏବଂ  ଏହାର ସୁଯୋଗ ନେଇ କେତେଜଣ ଯୁବକ ବଳତ୍କାର କରିବାରେ ବଳତ୍କାର ଉଦ୍ୟମ ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ଆହତ ମହିଳା ଜଣକ ଗୁରୁତର ଅବସ୍ଥାରେ ପିପିଲି ଡାକ୍ତର ଖାନାରେ ଚିକିଛା ହେବାରେ ମହିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଚିକିଛାଧିନ ଡାକ୍ତର  ଭୁବନେଶ୍ବର ପଠାଇ ଥିବାରୁ ମହିଳା ଜଣକ ଗୁରୁତର ଅବସ୍ଥାରେ ଚିକିଛା ହେଉଛନ୍ତି । ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହେବାରେ ପିପିଲି ପୋଲିସ ଅଭିଯୋଗକୁ ଭିର୍ତ୍ତୀକରି ପିପିଲି ଥାନା କେଶ ନଂ ୬୧୦/୨୪ରେ ମାମଲା ଆଗତ କରିଥିବା ବେଳେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନକୁ ଗିରଫ କରିବାରେ ବିଫଳ ହୋଇଛି  । ସୂଚନା ଅନୁଯାଇ ଉକ୍ତ ଗ୍ରାମର ମହିଳା ଜଣକଙ୍କ ସ୍ଵାମୀ ୨୯ ତାରିଖ ଦିନ ୧୧ ଘଟିକା ସମୟରେ ପିପିଲି ବଜାର ସ୍ଥିତ ଏକ ଏଟିଏମକୁ ଯାଇଥିବା ବେଳେ ସୁଯୋଗନେଇ  ସେହି ଗ୍ରାମର ବିକାଶ ଚନ୍ଦ୍ର ସେଠୀ ଘରଭିତରେ ପଶି ମହିଳାଙ୍କୁ ବଳତ୍କାର  ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ପଡୋଶୀ ଲୋକମାନେ ଆସିବାରୁ ବଳାତ୍କାରୀ ବିକାଶ କୌଶଳ କ୍ରମେ ଖସିଯାଇ ଘରର ସମସ୍ତ ସଦସ୍ଯ ୮/୧୦ ଜଣଙ୍କୁ ଡକାଇ ମାରଣାସ୍ତ୍ର ଧରି ମହିଳାଙ୍କୁ ନିସ୍ତୁକ ମାଡମାରି ଜୀବନରୁ ମାରି ସେଶ କରିଦେବା ଉଦେଶ୍ୟରେ ପୀଡ଼ିତା ମହିଳାଙ୍କ ବେକକୁ କଟୁରୀରେ ଏକ ଶକ୍ତ ଚୋଟ ମାରିବାରେ କଟୁରି ଚୋଟ ବେକରେ ନବାଜି ମୁଣ୍ଡରେ ବାଜି ଭୀଷଣ କ୍ଷତ ହୋଇଥିଲା । ଯାହାଫଳରେ ମହିଳା ଜଣକ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ,ବାହୁଟି ଲୁଟି ନେବା ସହିତ ତାଙ୍କର ଏକ ଶିଶୁ କନ୍ୟାକୁ ସମସ୍ତ ଆସାମୀ ମାନେ ତଳେ କଚାଡି ଦେବାରୁ ଶିଶୁ କନ୍ୟାମଧ୍ୟ ଆହତ ହୋଇଛି ।

Recent Comments

Leave Comments

Top