ଭଟଲି/୦୩/୦୧/୨୦୧୫/(ଆଧାର ମିଡ଼ିଆ): ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀଯୁକ୍ତ ପ୍ରମୋଦ ମେହେରଙ୍କ ଯୋଗଦାନ । ସେ ପୂର୍ବରୁ ବରପାଲି ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ପରେ ଅତାବିରା ବିଡ଼ିଓ ଭାବରେ ବରଗଡ଼ ଜିଲ୍ଲାରେ କାର୍ଯ୍ୟ କରିଥିଲେ। ଗତ ୩୧ ତାରିଖରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅଧିସୂଚନା ବାହାରିବା ପରେ ନୂତନ ବର୍ଷରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ଭଟଲି ବ୍ଲକ ବିଡ଼ିଓ ଶ୍ରୀମତି ସରୋଜା ବେହେରାଙ୍କ ରାଜବୋରାସମ୍ବର୍ ବ୍ଲକକୁ ବଦଳି ହୋଇଛି । ଏଠାରେ ସୂଚୀତ କରାଯାଉଛି ଯେ ସାତବର୍ଷ ଲମ୍ବା ସମୟ କାଳ ଏହି ବ୍ଲକରେ ବିଡ଼ିଓ ଭାବରେ ଧୀରେନ୍ଦ୍ର କୁମାର ସେଠୀ କାର୍ଯ୍ୟ କରିଥିଲେ। ଗତ ୨୦୨୩ ସେପ୍ଟେମ୍ବର ମାସରେ ତାଙ୍କ ପଦୋନ୍ନତି ହୋଇ ବଦଳି ହେବାପରେ କୌଣସି ବିଡ଼ିଓ ଏଠାରେ ବେଶୀଦିନ ତିଷ୍ଟି ପାରିନାହାଁନ୍ତି। ପରେ ଭିକ୍ଟର ସୋରେଙ୍ଗ, ହରେକୃଷ୍ଣ ମେହେର ଏବଂ ସରୋଜା ବେହେରା ଅଳ୍ପ ସମୟପାଇଁ କାର୍ଯ୍ୟ କରିଥିଲେ। ଏକବର୍ଷ ମଧ୍ୟରେ ଚାରିଜଣ ବିଡ଼ିଓଙ୍କ ବଦଳି ଭଟଲି ଇତିହାସରେ ପ୍ରଥମ ଘଟଣା ବୋଳି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଚାଲିଛି। ଭଟଲି ବରିଷ୍ଠ ନାଗରିକ ସଂଘର ସଭାପତି ବାଙ୍କା ବିହାରୀ ମିଶ୍ର, ସମ୍ପାଦକ ଜଗଦୀଶ ସାହୁ, ମୋତିଲାଲ ବନଛୋର ସମେତ ସଭ୍ୟମାନେ ନୂତନ ବିଡ଼ିଓଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସ୍ୱାଗତ କରିଥିଲେ। ଶ୍ରୀଯୁକ୍ତ ମେହେର କେତେଦିନ ଏଠାରେ ସେବା ଯୋଗାଇ ପାରିବେ ତାହା ଦେଖିବାକୁ ବାକି ରହିଲା।
Recent Comments