ଜମନକିରା,୦୪/୦୧/୨୦୨୫(ଆଧାର ମିଡ଼ିଆ)ସ୍ଥାନୀୟ ଗୁଡ଼ ସମାରିତନ୍ ଇଂରାଜୀ ମାଧ୍ୟମ ସ୍କୁଲ୍ ର ରୌପ୍ୟ ଜୟନ୍ତୀ ଓ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଥିଲା।ସ୍କୁଲ୍ ସଭାପତି ପ୍ରଶନ୍ନ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ରବିନ୍ଦ୍ର କୁମାର ସେଠୀ ମୁଖ୍ୟଅତିଥି ଓ ସ୍ଥାନୀୟ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ଅରୁଣ ପଟେଲ୍ ମୁଖ୍ୟବକ୍ତା ଏଵଂ ସମ୍ମାନିତ ଅତିଥି ଭାବେ ବିଇଓ ରୁକ୍ମଣ ପଧାନ ଓ ଜମନକିରା ସର୍କଲ ସିଆରସିସି ଆନନ୍ଦ ସାହୁ ଯୋଗ ଦେଇଥିଲେ।ମଧ୍ୟାହ୍ନ ୧୨ ଟା ରେ ମଞ୍ଚାସିନ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରେ ସ୍କୁଲ୍ ପ୍ରିନ୍ସିପାଲ କାନ୍ତିଲତା ପଟେଲ୍ ମଞ୍ଚାସିନ ଅତିଥି ବୃନ୍ଦଙ୍କ ପରିଚୟ ଓ ସ୍ବାଗତ ସମ୍ଭାଷଣ କରି ଆଜକୁ ୨୫ ବର୍ଷ ତଳେ ଏହି ଦିନରେ ଇଂରାଜୀ ମାଧ୍ୟମ ସ୍କୁଲ୍ ଆରମ୍ଭ ହୋଇ ବହୁବାଧା ବିଘ୍ନ , ଆର୍ଥିକ ଦୁର୍ଗତି ସହି ଆଗକୁ ବଢ଼ି ଚାଲିଛି ଏଵଂ ତାର ନିଜସ୍ୱ କୋଠା ରେ ରୌପ୍ୟ ଜୟନ୍ତୀ ସାଙ୍ଗକୁ ବାର୍ଷିକ ଉତ୍ସବ ପାଳନ କରୁଛି ବୋଲି କହିଥିଲେ।ସହଯୋଗୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଧୁରୂଆ ବାର୍ଷିକ ବିବରଣୀ ପଠନ କରିଥିଲେ।ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସ୍କୁଲର ଆଲୁମନି ଛାତ୍ରୀ ମାନେ ୩ ଗୋଟି କେକ୍ କାଟି ପରସ୍ପରକୁ ଖୁଆଇଥିଲେ।ସ୍କୁଲର କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ଏକକ ନୃତ୍ୟ, ଦଳଗତ ନୃତ୍ୟ ପରିବେଷଣ କରାଯାଇ ଥିଲା।ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୁନି ପ୍ରତିଭା ମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ବିଭିନ୍ନ ବେଶ ପୋଷାକରେ କୁନି ପ୍ରତିଭା ମାନେ ସଜ୍ଜିତ ହୋଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝଲକ ଦେଖାଇଥିଲେ।ମଞ୍ଚ ପରିଚାଳନା କରିଥିଲେ ସହକାରୀ ଶିକ୍ଷୟିତ୍ରୀ ଧରିତ୍ରୀ ନାଏକ ଏଵଂ ନିରୁପମା ସେଠୀ ଏବଂ ସୁନୀତା ଠାକୁର ପୁରସ୍କାର ବିତରଣ ଏଵଂ ତୃତୀୟା ସେଠ୍ ସହଯୋଗ କରିଥିଲେ।ଶେଷରେ ସମସ୍ତଙ୍କୁ ଶିକ୍ଷୟିତ୍ରୀ ଗୀତା କୁମୁରା ଧନ୍ୟବାଦ୍ ଜଣାଇଥିଲେ।
Recent Comments