logo
add image
୩୫ ତମ ରାଜ୍ୟ ସ୍ତରୀୟ ମଙ୍ଗଳା କପ୍,ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର କୁ ହରାଇ ଆଲଫା ସ୍ପୋଟିଂ ବ୍ରହ୍ମପୁର ଚମ୍ପିୟାନ 

୩୫ ତମ ରାଜ୍ୟ ସ୍ତରୀୟ ମଙ୍ଗଳା କପ୍,ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର କୁ ହରାଇ ଆଲଫା ସ୍ପୋଟିଂ ବ୍ରହ୍ମପୁର ଚମ୍ପିୟାନ 

କାକଟପୁର,୦୫/୦୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ- ତୁଷାର ଦିକ୍ଷୀତ)ପୁରୀ ଜିଲ୍ଲା କାକଟପୁର ହାଇସ୍କୁଲ ପଛପଡିଆରେ ୩୫ତମ ମଙ୍ଗଳା କପ୍ ମେଘା ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର ବନାମ ଆଲଫା ସ୍ପୋଟିଂ ବ୍ରହ୍ମପୁର। ପ୍ରଥମେ ଟସ ଜିତି ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର ନିର୍ଦ୍ଧାରିତ ୨୫ ଓଭର ରେ ୮ଉଇକେଟ ହରାଇ ୨୦୯ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅଭିଷେକ ନାଥ ୫୨ ରନ,କୃଷ୍ଣଚନ୍ଦ୍ର ବାରିକି ୪୦ରନ କରିଥିଲେ।ଆଲଫା ସ୍ପୋଟିଂ ବ୍ରହ୍ମପୁର ପକ୍ଷରୁ ପିଣ୍ଟୁ ମହାପାତ୍ର, ଅଭିଜିତ ହୋତା,ଅଭିଜିତ ପଟ୍ଟନାୟକ ୨ଟି ଲେଖାଏଁ ଉଇକେଟ ନେଇଥିଲେ।ଏହାର ଜବାବ ରେ ଆଲଫା ସ୍ପୋଟିଂ ବ୍ରହ୍ମପୁର ୨୧୦ରନ ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୪ଓଭର ରେ ୨୧୩ରନ କରି ବିଜୟୀ ହୋଇଥିଲା ବ୍ରହ୍ମପୁର।ଆଲଫା ସ୍ପୋଟିଂ ବ୍ରହ୍ମପୁର ପକ୍ଷରୁ ରୋହିତ ସାଗର ଅପରାଜିତ ୬୮ବଲ ରୁ ୧୩୫ ରନ ସଂଗ୍ରହ କରିଥିବା ବେଳେ ସେଥିମଧ୍ୟରେ ୧୧ଟି ଛକା ଓ ୮ଟି ଚୌକା ମାରିଥିଲେ। ଏହା ସହ ଦଳ ପକ୍ଷରୁ ସୁଦର୍ଶନ ସ୍ୱାଇଁ ୩୮ରନ କରିଥିବା ବେଳେ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର ତରଫରୁ ଏମ୍ ଗୌତମ ୨ଟି ଉଇକେଟ ନେଇଥିଲେ।ଯାହାକି ଚଳିତ ବର୍ଷ ୩୫ତମ ମଙ୍ଗଳା କପ୍ ବିଜେତା ଆଲଫା ସ୍ପୋଟିଂ ବ୍ରହ୍ମପୁର କୁ ଟ୍ରଫି ସହ ୪୧ହଜାର ୪ଶହ ୪୧ଟଙ୍କା ଓ ରନର୍ସ ଦଳ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର କୁ ୨୧ହଜାର ୨ଶହ ୨୧ଟଙ୍କା ଶହ ଟ୍ରଫି ପ୍ରଦାନ କରାଯାଇଥିଲା।ଅତୀଥି ଭାବେ ମୁଖ୍ୟଅତୀଥି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ସନ୍ନମାନିତ  ଅତୀଥି ରାଜ୍ୟ ସଭା ସଦସ୍ୟ ସୁଭାଶିଷ ଖୁଣ୍ଟିଆ,ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ବାରିକ  ଶିକ୍ଷାନୁଷ୍ଠାନର ସିଇଓ ସୁବ୍ରତ କୁମାର ଛାଟୋଇ, ଜଗତସିଂହପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ,କିଷାନ ଚନ୍ଦ୍ର ପଣ୍ଡା, ମଙ୍ଗଳା ମହାବିଦ୍ୟାଳୟ ଅଧକ୍ଷ ବିନୋଦ ବିହାରୀ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ।ଅତୀଥି ମାନେ ବ୍ରହ୍ମପୁର ର ରୋହିତ ସାଗର ଙ୍କୁ ମ୍ୟାନ ଅଫ ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ହୋଇଥିବା ବେଳେ ରାମେଶ୍ୱର ସ୍ପୋଟିଂ ତରଫରୁ ଶ୍ରେୟଂଶ କୁମାର ବେଷ୍ଟ ବ୍ୟାଟସ ମ୍ୟାନ ପୁରସ୍କାର ପ୍ରଦାନ କରାଯାଇଥିଲା ଓସିଏ ସ୍ୱୀକୃତି ପ୍ରାପ୍ତ ଅଭିଜ୍ଞ ଅମପେୟାର ନିର୍ମଳ କୁମାର ମିଶ୍ର ଓ ଅୟସକାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ।କ୍ଳବ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତି,ଭାଗବତ ସ୍ୱାଇଁ, କୁମାର ଭବାନୀ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳା କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଅଞ୍ଜନ କୁମାର ଦୀକ୍ଷିତ,ତପନ କୁମାର ଦୀକ୍ଷିତ,ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତି,ରେକେଶ ପଟ୍ଟନାୟକ,ସମ୍ପାଦକ ଶୁଭାଂଶୁ ଦୀକ୍ଷିତି,ସୂର୍ଯ୍ୟକାନ୍ତ ଦୀକ୍ଷିତି,କୁନାଲ ଦାସ,ଶ୍ୟାମ ସୁନ୍ଦର ରଣା,ସଞ୍ଜୟ ସାମଲ,ପିଚ କ୍ଯୁରେଟର ଧୀରେନ୍ଦ୍ର ଚାନ୍ଦ,ପ୍ରମୁଖ ଉପସ୍ଥିତ ରହିଥିଲେ।
 

Recent Comments

Leave Comments

Top