logo
add image
୧୯୮୫ମସିହା ମାଟ୍ରିକ ବ୍ୟାଚର ୩୪ତମ ଶାଶ୍ଵତ ବନ୍ଧୁମିଳନ ଉତ୍ସବ l

୧୯୮୫ମସିହା ମାଟ୍ରିକ ବ୍ୟାଚର ୩୪ତମ ଶାଶ୍ଵତ ବନ୍ଧୁମିଳନ ଉତ୍ସବ l

ବୋଲଗଡ/ଖୋର୍ଦ୍ଧା/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ବାମନ ଉଚ୍ଚ ବିଦ୍ୟାଳୟର ୧୯୮୫ମସିହା ମାଟ୍ରିକ ବ୍ୟାଚର ୩୪ତମ ଲଗାତାର ଶାଶ୍ଵତ ବନ୍ଧୁମିଳନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ବନ୍ଧୁମିଳନ ଉତ୍ସବ ଦୀର୍ଘ ୩୪ବର୍ଷ ଧରି ବନ୍ଧୁମାନଙ୍କ ନିଷ୍ଠାପର ଭାବରେ ଭେଦ ଭାବ ନରଖି ପ୍ରତିବର୍ଷ ଭଳି ପୂର୍ବରୁ ସ୍ଥିର ହୋଇଥିବା ଜାନୁୟାରୀ ମାସର ପ୍ରଥମ ରବିବାର ଦିନ ଏହି ବନ୍ଧୁମହୋତ୍ସବ୍ ପାଳନ କରାଯାଏ ।ଚଳିତ ୨୦୨୫ବର୍ଷର ବୋଲଗଡ଼ ସ୍ଥିତ ମା' ଭୂଇଁଆଣୀଙ୍କ ଶକ୍ତି ପୀଠଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି ପୁରାତନ ଛାତ୍ର ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ମାନଙ୍କ ସମେତ ପରିବାର ବର୍ଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ମଧ୍ୟରେ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହିତ ପୁରାତନ ସ୍ବର୍ଗତ ଛାତ୍ର ଓ ଶିକ୍ଷକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ପୁରାତନ ଛାତ୍ର ମାନେ ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ହଜାଇ ଦେଇଥିଲେ l ଏହାକୁ ପ୍ରତିବର୍ଷ ମାନଙ୍କରେ ପୁରାତନ ଛାତ୍ର ପରିବାର ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁ ପରିବାର ମିଳିମିଶି ସଫେଇ ,ବୃକ୍ଷରୋପଣ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ  କ୍ଷେତ୍ରରେ ସାମାଜିକ କାର୍ଯ୍ୟକର୍ମରେ ନିଜକୁ ନିୟୋଜିତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରାଇଥିଲେ। ବନ୍ଧୁ ମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ସାହୁ , ହରେକୃଷ୍ଣ ପରମଗୁରୁ , ରତ୍ନାକର ସାହୁ ,ଲଲାଟେନ୍ଦୁ ପଟ୍ଟନାୟକ ,ଘନଶ୍ୟାମ ମହାପତ୍ର , ରବୀନ୍ଦ୍ର କୁମାର ସାହୁ ,ରାଧା ମୋହନ ,ସତ୍ୟପ୍ରିୟ ଜେନା ,ପ୍ରଦୀପ କୁମାର ସାହୁ , ପ୍ରାଣନାଥ ଖଟେଇ , ତୁଷାର ବଳା ମହାପାତ୍ର , ପ୍ରତିମା ସ୍ବାଇଁ , ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ପ୍ରମୋଦ କୁମାର ଦତ୍ତ ପ୍ରମୁଖ ବନ୍ଧୁ ପରିବାର ମାନେ ଯୋଗଦେଇଥିଲେ । ପରିଶେଷରେ ସାଙ୍ଗ ପ୍ରସନ୍ନ କୁମାର ସ୍ବାଇଁ ଯୋଗଦେଇଥିବା ବନ୍ଧୁ ପରିବାର ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ବନ୍ଧୁ ମିଳନ ଉତ୍ସବରେ ସମସ୍ତ ୧୨୦ବନ୍ଧୁ ପରିବାରଙ୍କୁ ଏହି ମହାନ ପର୍ବରେ ଯୋଗଦେବା ପାଇଁ ବନ୍ଧୁ ମାନେ ନିବେଦନ କରିଥିଲେ ।

Recent Comments

Leave Comments

Top