logo
add image
ଗ୍ୟାସ ଚୁଲାରୁ ଗାଡ଼ିରେ ଅଗ୍ନିକାଣ୍ଡ,ବର୍ତ୍ତିଲେ ଡ୍ରାଇଭର

ଗ୍ୟାସ ଚୁଲାରୁ ଗାଡ଼ିରେ ଅଗ୍ନିକାଣ୍ଡ,ବର୍ତ୍ତିଲେ ଡ୍ରାଇଭର

ସମ୍ବଲପୁର/ରେଙ୍ଗାଲି/୦୭/୦୧/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଠେଲକୋଲୋଇ ଭୂଷଣ ଛକ ରେ ଦିନକୁ ଦିନ ଅବାଧ ଗାଡ଼ି ପାର୍କିଂଗ ବଢ଼ିବାରେ ଲାଗିଛି।  ନିକଟସ୍ଥ ଏନ ଏଲ ସିରୁ ବାହାରୁଥିବା କୋଇଲା ବୋଝେଇ ଭାରିଯାନ ଗୁଡିକ ସଦାସର୍ବଦା ଏହି ଛକ ରେ ପାର୍କିଂଗ କରି ଆସୁଛନ୍ତି। ଯାହା ଫଳରେ ଏଠାରେ ଅଧିକାଂଶ ସମୟ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ଘ.୧୧.୩୦ମି. ସମୟରେ ଏକ କୋଇଲା ବୋଝେଇ ଭାରିଯାନ( ନଂ - OD16L 9936) ଏହି ଛକ ନିକଟରେ ପାର୍କିଂଗ କରିଥିଲା। ଏହିଗାଡ଼ି ଭିତରେ ଏକ ଗ୍ୟାସ ଚୁଲାରେ ଡ୍ରାଇଭର ଜଣକ ରୋଷେଇ କରି ବାହାରେ ବୁଲାବୁଲି କରୁଥିଲା। ଏବଂ ପରେ ଏହି ଗ୍ୟାସ ଚୁଲାରୁ ନିଆଁଲାଗି ଗାଡ଼ିଟି ଜଳିଯାଇଥିଲା। ନିକଟସ୍ଥ ଜେ ଏସ ଡବ୍ଲୁ କମ୍ପାନୀର ଦମକଲ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ି ତଥା ନିକଟସ୍ଥ ଦୋକାନୀ ମାନେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।କାହାରି କିଛି କ୍ଷତି ହୋଇନାହିଁ।ଗାଡ଼ିଟିର ସାମନା ଭାଗ ପ୍ରାୟତଃ ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲା।

Recent Comments

Leave Comments

Top