କଣିହାଁ/୭/୧/୨୦୨୫/ ଆଧାର ମିଡ଼ିଆ// ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏମସିଏଲର ହିନ୍ଦ୍ ମଜଦୂର ସଭା ଶ୍ରମିକ ସଂଗଠନର ବନ୍ଧୁମିଳନ ଉତ୍ସବ ତେଲସିଂହା ଖେଳପିଡିଆ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ସଭାପତି ଦୁଷ୍ମନ୍ତ କୁମାର ପ୍ରଧାନ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପ୍ରାକ୍ତନ ସାଂସଦ ମହେଶ ସାହୁ,ମହାନଦୀ କୋଲ୍ ଫିଲ୍ଡ୍ଡିର ଏଚ୍ଏମ୍ଏସ୍ ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ବେହେରା ,ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, କଣିହା କୋଇଲା ଖଣି ର ମହାପ୍ରବନ୍ଧକ ନରେଶ ସିଂହ, ପ୍ରକଳ୍ପ ଅଧିକାରୀ ଶିଶିର କୁମାର ଶତପଥୀ, ମ୍ୟାନେଜର୍ ରତ୍ନାକର ବେହେରା, କଣିହା ଓସିପିର ସମ୍ପାଦକ ଜ୍ଞାନେନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏଚ୍ଏମ୍ଏସ୍ ଶ୍ରମିକ ସଂଗଠନକୁ କଣିହାଁ ଏମସିଏଲରେ କିପରି ସୁଦୃଢ କରିବା ସେ ନେଇ ଅତିଥି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଏଚ୍ଏମ୍ଏସ୍ କୁ କିଭଳି ସୁଦୃଢ କରାଯିବ , ସଂଗଠନକୁ କିଭଳି ମଜଭୁତ କରାଯାଇ ଏମସିଏଲରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଉନ୍ନତି କରାଯିବ ,ସେମାନଙ୍କର ଦାବୀଗୁଡିକ ପୂରଣ କରାଯିବ ସେଥିପାଇଁ ଚେଷ୍ଟିତ ହେବାକୁ ଅତିଥି ମତ ପ୍ରକାଶ କରିଥିଲେ I ସର୍ବଭାରତୀୟ ସ୍ତରରେ ଏଚ୍ଏମ୍ଏସ୍ ଶ୍ରମିକ ସଂଗଠନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏମସିଏଲରେ ଏଚ୍ଏମ୍ଏସ୍ ସଙ୍ଗଠନକୁ କିଭଳି ଅଧିକରୁ ଅଧିକ ଶ୍ରମିକ ଯୋଗ ଦେବେ ଓ ସଂଗଠନ କୁ ଏମସିଏଲରେ ସଂଗଠନ ପ୍ରଥମସ୍ଥାନ ହାସଲ କରିବା ପାଇଁ ଅତିଥିମାନେ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଆଲୋଚନା କରିଥିଲେ I ଏଥିରେ ଶ୍ରମିକ ମାନଙ୍କ ପରିବାରର କୁନିକୁନି ପିଲାମାନେ ବିଭିନ୍ନ ପ୍ରତିଯୋଗିତା ଖେଳ ପ୍ରଦର୍ଶନ କରାଯାଇ ପୁରସ୍କୃତ କରାଯାଇଥିଲା I ଏଥିରେ ଏମସିଏଲର ବିଭିନ୍ନ ପଦାଧିକାରୀଙ୍କ ସହିତ ଶ୍ରମିକସଂଗଠନର ଶୁଭେନ୍ଦୁ କୁମାର ଦାସ, ସୁଶୀଲ କୁମାର ସାହୁ ଭାଗୀରଥୀ ପରିଡା, ସଳେନ୍ଦ୍ରୀ ସାହୁ ,ଶଶାଙ୍କ ଶେଖର ସାମଲ, ମାନସ କୁମାର ସାହୁ, ଧର୍ମେନ୍ଦ୍ର ସାହୁ, ପପୁନ ସାହୁ,ବାପି ସାହୁ ତ୍ରୈଲୋକ୍ୟ ସାହୁ, ରଞ୍ଜନ ସାମଲ, ଜୟରାମ ପ୍ରଧାନ, ଗିରିଜା ଶଙ୍କର ସାମଲ, ଶାନ୍ତନୁ କୁମାର ସାହୁ ସମେତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି , ବିଜେଡି ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ I
Recent Comments