ବାଙ୍ଗିରିପୋଷି/୦୭/୦୧/୨୦୨୫/ :(ଆଧାର ମିଡ଼ିଆ//) ବାଇକକୁ ଦୁର୍ଘଟଣା ଘଟାଇ ହୁ ହୁ ହୋଇ ଜଳିଗଲା ଟ୍ରକ୍। ବାଇକକୁ ଧକ୍କାଦେଇ ବିଚ୍ ରାଜ ରାସ୍ତାରେ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ୍ ଚାଳକ ଜଣକ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ । ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଏକ ବାଇକ ଆରୋହୀ ପାର ହେଉଥିବା ବେଳେ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଟ୍ରକ । ତେବେ ବାଇକ୍ ଆରୋହୀ ରାସ୍ତା କଡକୁ ଛିଟିକି ପଡ଼ିଥିବା ବେଳେ ଟ୍ରକ୍ ତଳେ ବାଇକଟି ଲାଗିହୋଇ କିଛିବାଟ ଘୋଷାଡି ହୋଇ ଯାଇଥିଲା ।ଏପରିକି ଘୋଷାରି ହୋଇଯିବା କାରଣରୁ ପ୍ରଚଣ୍ଡ ଶବ୍ଦ ହେବାପରେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା । କିଛି ସମୟ ପରେ ଟ୍ରକଟି ହୁ ହୁ ହୋଇ ଜଳି ଯାଇଥିବାର ଦେଖି ସ୍ଥାନୀୟ ଲୋକେ ବାଙ୍ଗିରିପୋଷି ଅଗ୍ନିଶ୍ରମା ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ କରିଥିଲେ ।ସେତେବେଳେକୁ ଟ୍ରକ ଓ ବାଇକୀଟି ସମ୍ପୂର୍ଣ ପୋଡ଼ିଯାଇଥିଲା ।ଘଟଣା ସ୍ଥଳରୁ ଟ୍ରକଚାଲାକ ଫେରାର ହୋଇଯାଇଥିବା ପୁଲିସ ତରଫରୁ ସୂଚନା ମିଳିଛି ।
Recent Comments