ଦେବଗଡ/ ୦୭/୦୧/୨୦୨୫// (ଆଧାର ମିଡ଼ିଆ//ରିପୋର୍ଟ-ପ୍ରତାପ କିଶୋର ନାୟକ)ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜ଼ିଲ୍ଲା ସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉପଜ଼ିଲ୍ଲାପାଳ ପରୀକ୍ଷିତ ସାହୁ ଯୋଗଦେଇ ଚଳିତବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆମ ରାଜ୍ୟ ଓଡିଶାରେ ଅନୁଷ୍ଠିତ ହେଉଥିବାରୁ ଆମେ ଗର୍ବିତହେବା ସହ ଏହା ସର୍ବ ଭାରତ ସ୍ତରରେ ସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର,ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ମିହିର କୁମାର ଦେହୁରୀଙ୍କ ତତ୍ୱାବଧାନରେ ତିଳେଇବଣି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଶୈକ୍ଷିକ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ ମଞ୍ଚ ସଂଯୋଜନା କରିଥିବା ବେଳେ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ଧନ୍ୟବାଦ ପ୍ରଦାନ କରିଥିଲେ।
ତିନୋଟି ବ୍ଲକରୁ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଚୟନ ହୋଇ ଆସିଥିବା ୪୨ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଇଂରାଜୀ ଭାଷାରେ ପ୍ରବନ୍ଧ, କୁଇଜ, ପୋଷ୍ଟର, ସ୍ଲୋ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଚାରକ ଭାବେ ବୁଢାପାଳ ମହାବିଦ୍ୟାଳୟ ଅଧ୍ୟାପକ ଡ଼ ଭାରତ ଭୂଷଣ ନନ୍ଦ, ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ , ପ୍ରଦୀପ କୁମାର ପାତ୍ର, ପିଣ୍ଟୁ ବେହେରା, ଶିକ୍ଷୟିତ୍ରୀ କାଦମ୍ବିନୀ ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ।ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ ଙ୍କ ସଭାପତିତ୍ୱ ରେ ପୌର ପରିଷଦ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ,ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, ଶୈକ୍ଷିକ ତତ୍ତ୍ୱ ସଂଯୋଜିକା ଜୟଶ୍ରୀ ଅମାତ୍ୟ, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ ମଞ୍ଚାସିନ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରୋଗ୍ରାମର ଶ୍ରୀନିବାସ ପଣ୍ଡା,ନମିତା ନନ୍ଦ,ସ୍ମିତାରାଣୀ ପ୍ରଧାନ, ଭାଗ୍ୟଶ୍ରୀ ଗିରି, ଅନ୍ନଦା ମଞ୍ଜରୀ ସାହୁ, ସତ୍ୟପ୍ରକାଶ ମିଶ୍ର,ରାମକୃଷ୍ଣ ସାହୁ ,ସୌମିତ୍ରୀ ମହାପାତ୍ର, ଭବାନୀ କାନ୍ତ ପ୍ରଧାନ, ଫକୀର ମୋହନ ପ୍ରଧାନ ସମେତ ସ୍ଥାନୀୟ ବିଦ୍ୟାଳୟ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
Recent Comments