ଅମ୍ବାଭୋନା /୦୮/୦୧/୨୦୨୫/ (ଆଧାର ମିଡ଼ିଆ ) ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଜନତା ହାଇ ସ୍କୁଲର ୧୯୯୬ ବ୍ଯାଚର ପୁରାତନ ଛାତ୍ର ଛାତ୍ରୀଙ୍କ ପରିଭ୍ରମଣ ଯାତ୍ରା ଓ ସମାବେଶ ହୋଇଥିଲେ। ସହପାଠି ଓ ସହପାଠିନୀଙ୍କ ଏକତାର ଅଭିନବ ପରିଭ୍ରମଣ ଯାତ୍ରାର ନାମ ଥିଲା ଆହ୍ଵାନ ୨୦୨୫ । ଭୁକ୍ତା ଟେକ୍ନୋକେଟ ଠାରେ ସପରିବାର ସହିତ ଏକତ୍ରୀତ ହୋଇଥିଲେ। ଏହି ପରିଭ୍ରମଣ ଯାତ୍ରା ଭୁକ୍ତାରୁ ଏକ ଘରୋଇ ବସ ଜୟ ମାତାଦୀ ଯୋଗେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ଚିପିଲିମା ସ୍ଥିତ ମାଁ ଘଣ୍ଟେଶ୍ଵରୀ ଠାରେ ପହଞ୍ଚିଥିଲେ। ସେଠାରେ ପାରମ୍ପରିକ ରୀତି ନୀତି ଅନୁସାରେ ଧୂପ ପୁଷ୍ପ ପ୍ରଦାନ କରି ପୂଜାପାଠ କରି ମାନବ ସମାଜର ମଙ୍ଗଳକାମନା କରିଥିଲେ। ଏହି ପରିଭ୍ରମଣ ଯାତ୍ରା ହୀରାକୁଦ ଗାନ୍ଧୀ ମିନାର ଓ ପାର୍କ ଅଭିମୁଖେ ଯାତ୍ରା ପହଞ୍ଚିଥିଲା।ସେଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରାତନ ଛାତ୍ର ଛାତ୍ରୀଙ୍କ ପାଠ ପଢା ସମୟ କୁ ସ୍ମତିଚାରଣ କରିବା ସଂଗେ ପରିବାରର ସନ୍ତାନ ମାନଙ୍କ ଭବିଷ୍ୟତ,ଶିକ୍ଷା, ସ୍ବାସ୍ଥ୍ଯ, ଆର୍ଥିକ, ମାନସିକ, ଆଧ୍ଯାତ୍ମିକ, ସାମାଜିକ, ବ୍ଯବସାୟିକ ଆଦି ସଂପର୍କ ବିଶଦ ଆଲୋଚନା କରି ପରସ୍ପରକୁ ସହଯୋଗର ହାତ ବଢାଇବାକୁ ସଂକଳ୍ପ ନିଆଯାଇଥିଲା। ପରି ଶେଷରେ ସମ୍ବଲପୁର ସ୍ଥିତ ଅଧିଷ୍ଟାତ୍ରୀ ମାଁ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ମାଁ କୁ ଜୀବନ ଯାତ୍ରରେ ସମସ୍ତଙ୍କ ସୁଖଶାନ୍ତି ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷାକରି ପ୍ରତ୍ଯାବର୍ତ୍ତନ ହୋଇଥିଲେ।
Recent Comments