logo
add image
ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେସନ :ମାଓ କ୍ୟାମ୍ପ ସହ ଆଇଇଡି ଠାବ

ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେସନ :ମାଓ କ୍ୟାମ୍ପ ସହ ଆଇଇଡି ଠାବ

ବାଲିଗୁଡା/କନ୍ଧମାଳ/ (ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କୁମ୍ବିଂବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବାବେଳେ ସିଆରପିଏଫ ଏବଂ ଏସଓଜି ମାଓ କ୍ୟାମ୍ପ ସହ ଆଇଇଡି ଠାବ କରିଛନ୍ତି। ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କେକେବିଏନ ସଂଗଠନର ୧୫ରୁ ଅଧିକ ସସସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି।କନ୍ଧମାଳ ମାରଦୁଲି ଜଙ୍ଗଲରେ କୁମ୍ବିଂବେଳେ ଟଳିଗଲା ବିପଦ। ସିଆରପିଏଫ ଏବଂ ଏସଓଜ କୁମ୍ବିଂ ଅପରେସନ ଚଳାଇ ଥିବା ବେଳେ ୨ଟି ଆଇଇଡିକୁ ବୋମା ନିଷ୍କ୍ରିୟକାରୀ ଟିମ ନିଷ୍କ୍ରିୟ କରିଛନ୍ତି। ଫଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରୁ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତିି। ବର୍ତ୍ତମାନ ମଧ୍ୟ କୁମ୍ବିଂ ଅପରେସନ ଜାରି ରହିଛି ବୋଲି କନ୍ଧମାଳ ଏସପି ହରିଶ ବି.ସି ପ୍ରକାଶ କରିଛନ୍ତି।

Recent Comments

Leave Comments

Top