logo
add image
ଝିଅକୁ ସ୍କୁଲରେ ଛାଡ଼ି ଫେରିବା ସମୟରେ ରାଜ ରାସ୍ତାରେ ହାଣିଦେଲେ ଦୃର୍ବୁତ୍ତ ।

ଝିଅକୁ ସ୍କୁଲରେ ଛାଡ଼ି ଫେରିବା ସମୟରେ ରାଜ ରାସ୍ତାରେ ହାଣିଦେଲେ ଦୃର୍ବୁତ୍ତ ।

ଭୁବନେଶ୍ୱର/୦୮/୦୧/୨୦୨୫/ (ଆଧାର ମିଡ଼ିଆ )ବୁଧବାର  ସକାଳୁ ରାଜଧାନୀ ଭୁବନେଶ୍ବରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ପୂରା ସହରକୁ ଦୋହଲାଇଦେଇଛି । ରସୁଲଗଡ଼ରୁ ବାଣୀବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ । ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି । ସକାଳ ୭ଟାରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିଦେଲେ । ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ । ସେ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ।ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ। ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଛନ୍ତି। ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ ସହଦେବ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ଭୁବନେଶ୍ୱର ପୋଲିସ ଛାନ୍ ଭିନ୍ନ କରି ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ଜଣଙ୍କୁ ଗିରଫ କରିଛି ସେ ମଧ୍ୟରୁ ଜଣେ ମହିଳା ଅଭିଯୁକ୍ତ ଅଛନ୍ତି ।

Recent Comments

Leave Comments

Top