logo
add image
ପୁରୀ ଜିଲ୍ଲା ସ୍ତରରେ A1 ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର କୋଚିଙ୍ଗ ଆରମ୍ଭ

ପୁରୀ ଜିଲ୍ଲା ସ୍ତରରେ A1 ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵତନ୍ତ୍ର କୋଚିଙ୍ଗ ଆରମ୍ଭ

ପୁରୀ/ ୮/୧/୨୫/ ( ଆଧାର ମିଡ଼ିଆ ) ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ A1 ପାଇବାପାଇଁ ଥିବା ସମ୍ଭାବିତ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ବିଷୟରେ ଅଭିଜ୍ଞ ଓ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ସ୍ବତନ୍ତ୍ର କୋଚିଙ୍ଗ କାର୍ଯ୍ୟକ୍ରମ ଆରଂଭ ହୋଇଛି । ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକ୍ ସ୍ତରରେ ବି ଇ ଓ , ଡି ଏନ୍ ଓ ଓ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ଦ୍ବାରା ନିର୍ଦ୍ଧାରିତ ଏକ ନିର୍ଦ୍ଧିଷ୍ଟ ବିଦ୍ୟାଳୟକୁ ସେହି ସେହି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବଛା ଯାଇଥିବା ଛାତ୍ରଛାତ୍ରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଦୁଇଦିନ ଧରି କୋଚିଙ୍ଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।ଏହି ଦୁଇଦିନ ମଧ୍ୟରେ ସମୟ ବଣ୍ଟାଯାଇ ପ୍ରତ୍ୟେକ ବିଷୟରେ ପିଲାମାନଙ୍କର ଥିବା ସନ୍ଦେହ ସବଜେକ୍ଟ ଏକ୍ସପଟ୍ ମାନଙ୍କ ଦ୍ବାରା ଦୂରୀକରଣ କରାଯିବା ସହ ପରୀକ୍ଷାକୁ ଭୟ ନକରି ପ୍ରତି ବିଷୟରେ ଅଧିକ ଭଲ କରିବା ପାଇଁ ବିଭିନ୍ନ ଟିପ୍ସ ଦେବାର ବ୍ୟବସ୍ଥା କରାଯାଉଛି ।
ଏଥିପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ୍ ସ୍ତରରେ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ନିଯୁକ୍ତ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ପ୍ରତ୍ୟେକ ବିଦ୍ୟାଳୟରୁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଯେପରି ୧୦%  A1 ପାଇବେ ଓ ଉତ୍ତୀର୍ଣ୍ଣ ହାର ୧୦୦% ହେବ ସେଥିପାଇଁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଅନ୍ୟାନ୍ୟ ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ, ବିଭିନ୍ନ ବ୍ଲକର ବି ଇ ଓ , ବରିଷ୍ଠ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଚେଷ୍ଟା ଜାରି ରଖିଛନ୍ତି । ଆଜି ଚାରିଗୋଟି ବ୍ଲକରେ କୋଚିଙ୍ଗ ଆରମ୍ଭ ହୋଇଛି । ଏଥିରେ ବ୍ରହ୍ମଗିରି ବ୍ଲକ୍ ରୁ -୧୨୫ ଜଣ , ପୁରୀ ସଦର ଓ ମ୍ୟୁନିସିପାଲିଟିରୁ -୨୧୩, ପିପିଲି ବ୍ଲକ୍ ରୁ -୧୪୮ ଓ ସତ୍ୟବାଦୀ ବ୍ଲକ୍ ରୁ - ୯୭ ଜଣ A1 ପାଇବା ଆଶାୟୀ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି । ପ୍ରଥମେ ଏହି ଚାରି ଗୋଟି ବ୍ଲକର ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ,ଓ ଅନ୍ଯାନ୍ୟ ଅଭିଜ୍ଞ ବ୍ୟକ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ୧୦/୧୫ ମିନିଟ୍ ପାଇଁ ପରୀକ୍ଷା ସମ୍ବନ୍ଧୀୟ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପରେ କାର୍ଯ୍ୟକ୍ରମ ଆରଂଭ କରାଯାଇଥିଲା । ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରଚେ ଷ୍ଟାରେ ଆରମ୍ଭ କରାଯାଇଥିବା ଏପରି କାର୍ଯ୍ୟକ୍ରମକୁ ଅଭିଭାବକ ଓ ଜନସାଧାରଣ ପ୍ରଶଂସା କରିଛନ୍ତି ।

Recent Comments

Leave Comments

Top