ସମ୍ବଲପୁର/ରେଙ୍ଗାଲି/୦୯/୦୧/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ -ସୁନିଲ କୁମାର ନାଥ)
ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ୧୦ ନଂ ରାଜ୍ୟ ରାଜପଥ ପାଲଟିଛି ମରଣ ଯନ୍ତା। ଏନ ଏଲ ସି କମ୍ପାନୀରୁ ଆସୁଥିବା କୋଇଲା ବୋଝେଇ ଭାରିଯାନ ଗୁଡିକ ପ୍ରତିଦିନ ରାସ୍ତା କଡରେ ଅବାଧ ପାର୍କିଂଗ କରି ରାସ୍ତାକୁ ଅବରୋଧ କରୁଛନ୍ତି। ଯାହାଫଳରେ ପ୍ରାୟତଃ ଏହି ଅଞ୍ଚଳରେ ନିରୀହ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଆଜି ସକାଳ ପ୍ରାୟ ୯ ଟା ସମୟରେ ନିକଟସ୍ଥ ଚାଳଟିକ୍ରା ନିବାସୀ ଶ୍ରୀ ଗିରିଶ ଚନ୍ଦ୍ର ନାଏକ ,ତାଙ୍କ ଧର୍ମ ପତ୍ନୀ ଓ ତାଙ୍କର ୫ବର୍ଷର ପୁଅ ସତ୍ୟମ ନାଏକଙ୍କ ସହିତ ସୁନ୍ଦରଗଡ ଅବିମୁଖେ ଏକ୍ଟିଭା ସ୍କୁଟର (OD15J9616)ରେ ଯାଉଥିବା ସମୟରେ ପଛପଟୁ ଏକ କୋଇଲା ବୋଝେଇ ଭାରିଯାନ ଆସି ଏମାନଙ୍କୁ ଧକ୍କା ଦେଇଥିଲା।ଫଳରେ ଭାରସାମ୍ୟ ହରାଇ ଏମାନେ ପଡିଯାଇଥିଲେ।ଏଥିରେ ଗିରିଶ ଚନ୍ଦ୍ର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଆଘାତ ହୋଇଥିବା ବେଳେ ତାଙ୍କ ପୁତ୍ର ସତ୍ୟମ ନାଏକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ଘଟାଇଥିବା ଗାଡ଼ି ଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଁ ଲୋକେ ଏଥିରେ ବିକ୍ଷୋଭ କରି ରାଜରାସ୍ଥାକୁ କିଛି ସମୟ ଅବରୋଧ କରିଥିଲେ। ଏଥିପାଇଁ ପ୍ରସାସନ ଏବଂ ଏନ ଏଲ ସି କମ୍ପାନୀ ଦାୟୀ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି। ପ୍ରସାସନ କହିବା ଅନୁଯାୟୀ ଏଠାରେ ଗାଡ଼ିଗୁଡିକ ଟ୍ରାନ୍ସପୋଟ ଯୋଗୁ ପାର୍କିଂଗ କରୁଛନ୍ତି ଏବଂ ଏହା ଖୁବଶୀଘ୍ର ବନ୍ଦକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Recent Comments