logo
add image
ଅଟୋ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା : ମଟର ସାଇକେଲ ଚାଳକ ଗୁରୁତର

ଅଟୋ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା : ମଟର ସାଇକେଲ ଚାଳକ ଗୁରୁତର

ବାଲିଗୁଡା/କନ୍ଧମାଳ/୦୯/୦୧/୨୯୨୫/(ଆଧାର ମିଡ଼ିଆ// ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ଧକ୍କାଦେଲା ମୋଟର ସାଇକେଲ. ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୁରୁବାର ଅପରାହ୍ନରେ ବରଗଡ଼ ଜିଲ୍ଲାର ଦେବରାଜ ସାହୁ ନାମକ ଜଣେ ଯୁବକ ଏକ ମୋଟରସାଇକେଲ ଯୋଗେ ବାଲିଗୁଡ଼ା ଦେଇ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୋଟରସାଇକେଲ ଚାଳକ ଦେବରାଜ ଙ୍କ ଡାହାଣ ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଆହତ ମୋଟର ସାଇକେଲ ଚାଳକ ଦେବରାଜ ସାହୁଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଦେବରାଜ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶାନ୍ତିନଗର ଲେବିଡିଗମର ହୋଇଥିବା ବେଳେ ସେ ଗ୍ରାମବିକାଶ ଏନଜିଓରେ କାମ କରୁଥିଲେ । ଗଜପତି ଜିଲ୍ଲାରୁ ବାଲିଗୁଡ଼ା ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Recent Comments

Leave Comments

Top