logo
add image
ମଥୁରାନଗରୀରେ ସନ୍ଧ୍ୟା ୬ଘଣ୍ଟାରୁ ୭ଘଣ୍ଟାଭିତରେ ହଳଦିଆ ଓ ଧଳା ମାଲ ଚୋରି .

ମଥୁରାନଗରୀରେ ସନ୍ଧ୍ୟା ୬ଘଣ୍ଟାରୁ ୭ଘଣ୍ଟାଭିତରେ ହଳଦିଆ ଓ ଧଳା ମାଲ ଚୋରି .


ମଥୁରା/ବରଗଡ/ ୦୮/୧/୨୦୨୫/ (ଆଧାର ମିଡ଼ିଆ)-ମଥୁରା ରୂପକ ବରଗଡରେ ଚାଲିଛି କଂସଙ୍କ ଅତ୍ୟାଚାର.ଅରାଜକତା ବଢିବା ସହିତ ଚୋରି,ହତ୍ୟା,ଲୁଣ୍ଠନ ପ୍ରଭୁତି ବଢିଚାଲିଛି.ଚଳନ୍ତି ବର୍ଷ ଧନୁଯାତ୍ରା ବିଶେଷ ଆକର୍ଷଣୀୟ ହୋଇଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି.ଘଟଣାକ୍ରମେ ଗତକାଲି ବ୍ରହ୍ମଚାରୀ ୱାର୍ଡ ନମ୍ବର ୧୬ ବ୍ରହ୍ମଚାରୀରୁ ଗୁରୁଦ୍ୱାରା ଛକକୁ ଯାଇଥିବା ନୂଆରୋର୍ଡରେ ପ୍ରଦୀପ କୁମାର ସାହୁଙ୍କ ଘର.ପ୍ରଦୀପ ସାହୁ ଓ ତାଙ୍କର ସହଧର୍ମିଣୀ ଭୁବନେଶ୍ୱର ମେଡିକାଲ କାମରେ ଯାଇଥିଲେ.ତାଙ୍କର ପୁଅ ପ୍ରିତମ ସାହୁ ତାଙ୍କର କାର୍ଯ୍ୟସ୍ଥଳୀ ସମ୍ବଲପୁରକୁ ଦିନ ୧ବଜେ ଚାଲିଯାଇଥିଲେ.ଉପରମହଲାରେ ଭଡାରେ ରହୁଥିବା କୁନାଲକୁମାର ବେହେରା ଦିନ ୩ବଜେ ବିକାଶ କଲେଜକୁ ଚାଲି ଯାଇଥିଲେ. କୁନାଲ ବିକାଶ କଲେଜରେ ବି ଏସ ସି ପଢୁଥିବାରୁ ଅଗଷ୍ଟ ୧/ ୨୦୨୪ରୁ ଉପର ମହଲାରେ ଭଡା ସୂତ୍ରରେ ରହୁଛନ୍ତି.କୁନାଲ ବଲାଙ୍ଗୀର ଜିଲ୍ଲା,ସଇଁତଳା ବ୍ଲକ ଟିକ୍ରା ପଡ଼ାର ହୋଇଥିବାରୁ ବିକାଶ କଲେଜରେ ବି ଏସ ସି ପଢିବାପାଇଁ ବରଗଡରେ ଭଡାରେ ରହିଥିଲେ.ପ୍ରଦୀପ ସାହୁ ଘରେ ନଥିବାରୁ କୁନାଲଙ୍କ ନିକଟରେ ଘରର ଚାବି ରହୁଥିଲା.କୁନାଲ ୩ଘଣ୍ଟା ୩୦ମିନିଟ ସମୟରେ ବିକାଶ ଯାଇଥିଲେ ଏବଂ ସଧ୍ୟା ୭ଘଣ୍ଟା ସମୟରେ ଫେରି ଦେଖନ୍ତିକି ଘରର ସମସ୍ତ ଦ୍ୱାର ଖୋଲା ରହିଛି.କୁନାଲ ଭାବିଲେ ପ୍ରିତମ ବୋଧେ ଘରକୁ ଫେରିଛି.କିନ୍ତୁ ଘରକୁ ପସିବାକ୍ଷଣି ଚାବି ଗୁଡିକ ଭାଙ୍ଗଥିବାର ଦେଖି ଡରିଯାଇ ପଡୋସୀଙ୍କୁ ଡାକିଥିଲା.ପଡୋଶୀ ସୁଶୀଲ ସାହୁ ପ୍ରଦୀପଙ୍କର ଘରେ ପଶି ଦେଖିଲା ବେଳକୁ ଆଲମିରାର ଲକର ଭାଙ୍ଗି ସମସ୍ତ ସୁନା ଓ ରୂପ ବକ୍ସ ଗୁଡିକ ପଲଙ୍କ ଉପରେ ପଡିଛି.ହାଲ୍ଲା ହୋଇଯିବାରୁ ଅନ୍ୟ ପଡୋଶୀ ମାନେ ଆସି ପି ସି ଆରକୁ ଫୋନ କରିଥିଲେ.ପି ସି ଆର ଆସି ଦେଖିବାପରେ ସାଇଣ୍ଟିଫିକ କୁକୁର ଜରିଆରେ ଦେଖିଥିଲେ.କୌଣସି ସୁରାକ ମିଳି ନଥିଲା.କିନ୍ତୁ ପ୍ରଦୀଙ୍କ ପଡୋଶୀ ଗୋରାଚାନ୍ଦ ବିଶ୍ୱାଳଂକ ସି ସି କ୍ୟାମେରାରେ ଫୁଟେଜ ଦେଖିଲେ ଯାହା ଜଣାପଡୁଛି ଦିନ ୪ଘଣ୍ଟା ୪୮ମିନିଟ୍ରୁ ଗୋଟିଏ ଧଳାରଙ୍ଗର ସ୍କୁଟି ପ୍ରଦୀପଙ୍କ ଘର ପଛପଟେ ଥିବା ପଡିଆରେ ଛିଡା ହୋଇଛି .ଉକ୍ତ ସ୍କୁଟି ନିକଟରେ ଦୁଇଜଣ ପିଲା ଏପଟ ସେପଟ ହେଉଛନ୍ତି.ଏମିତିକି ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଛିଡା ହୋଇଥିବାର ଫୁଟେଜରେ ନଜର ଆସୁଛି .ପୋଲିସ ତରଫରୁ କୌଣସି ତଥ୍ୟ ମିଳିପାରିନାହିଁ.ପ୍ରଦୀପ ସାହୁ ଓ ତାଙ୍କର ପରିବାର ଫେରିବାରୁ ୫ଭରି ସୁନା,୩ଶହ ଗ୍ରାମ ରୁପା ଚୋରି ଯାଇଥିବାର ପ୍ରକାଶ କରିଛନ୍ତି,ବରଗଡରେ ଧନୁଯାତ୍ରା ଚାଲିଥିବାରୁ ଲୁଟେରା ମାନେ ଏଥର ସବୁ ଘରକୁ ଟାର୍ଗେଟ କରୁଥିବାର ନଜରକୁ ଆସୁଛି.   

Recent Comments

Leave Comments

Top