logo
add image
ଅଭିଭାବକ ସମ୍ପୃକ୍ତିକୁ ଦୃଢ଼ୀକରଣ ପାଇଁ ଝୋଟି ପ୍ରତିଯୋଗିତା

ଅଭିଭାବକ ସମ୍ପୃକ୍ତିକୁ ଦୃଢ଼ୀକରଣ ପାଇଁ ଝୋଟି ପ୍ରତିଯୋଗିତା

ଭଟଲି/ବରଗଡ଼/୧୧/୧/୨୦୨୫(ଆଧାର ମିଡ଼ିଆ): ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀଙ୍କ ପ୍ରଗତିରେ ଅଭିଭାବକ ମାନଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ | ସେମାନେ ବିଦ୍ୟାଳୟର ଏକ ଅବିଚ୍ଛେଦ୍ୟ ଅଙ୍ଗ | ତେଣୁ ସେମାନଙ୍କର ବିଦ୍ୟାଳୟ ସହ ସମ୍ପୃକ୍ତିକୁ ସୁଦୃଢ କରିବା ପାଇଁ ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶ କ୍ରମେ ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେଜାଗୋଲାରେ  ଚତୁର୍ଥ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି  | ଅନୁଷ୍ଠିତ ସଭାରେ ସିଆରସିସି ଶୁକ୍ରୁ ଗର୍ଡିଆ, ପରିଚାଳନା କମିଟିର ସଭାପତି ଫିରୋଜ ସାହୁ, ପ୍ରଧାନ ଶିକ୍ଷକ ଲମ୍ବୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ଏହି ବୈଠକରେ ଉପେନ୍ଦ୍ର ଖମାରୀ ବିଭିନ୍ନ ପ୍ରସଙ୍ଗ ଯଥା ଅପାର ଆଇଡି ପ୍ରସ୍ତୁତି, ପରୀକ୍ଷା ପେ ଚର୍ଚ୍ଚା, ବିଦ୍ୟାଳୟ ବିକାଶ ଯୋଜନା, ପିଲାମାନଙ୍କର ମାନସିକ ଚାପର ଦୂରୀକରଣ, ଏସ୍ ଏ ୧ ଏବଂ ୨ର ଆଲୋଚନା ଓ ପ୍ରସ୍ତୁତି ଇତ୍ୟାଦି ଆଲୋଚନା କରିଥିଲେ | ଶେଷରେ ଅଭିଭାବକମାନଙ୍କ ସମ୍ପୃକ୍ତିକୁ ଦୃଢ଼ୀକରଣ ପାଇଁ ମା ମାନଙ୍କ ଏକ ଝୋଟି ପ୍ରତିଯୋଗିତା ହୋଇଥିଲା | ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ମନ୍ଦାକିନୀ ସାହୁ, ପ୍ରମିତା ସେଠ ଓ ତିଲୋତ୍ତମା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା | ପରିଶେଷରେ ସଂଜୀବ ସାହୁ ଧନ୍ୟବାଦ ଦେଇଥିଲେ | ଏହି ବୈଠକରେ ବିଜୟ ଲକ୍ଷ୍ମୀ ପ୍ରଧାନ,ଦୁର୍ବାଦଳ ବେହେରା, ଲୋପାମୁଦ୍ରା ପ୍ରଧାନ,ସରସ୍ବତୀ ସାହୁ,କ୍ଷିରେଶ୍ବରୀ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Recent Comments

Leave Comments

Top