logo
add image
ଆଙ୍କୁରବାଲି ଦେଶୀ ମଦଭାଟି କ୍ଷମତାରୁ ପାଞ୍ଚଗୁଣ ପ୍ରସ୍ତୁତକରୁଛି, ଗ୍ରାମାଞ୍ଚଳରେ କାୟା ଵିସ୍ତାରକରି ପଥଭ୍ରଷ୍ଟା କଲାଣି ଯୁଵପିଡିଙ୍କୁ।

ଆଙ୍କୁରବାଲି ଦେଶୀ ମଦଭାଟି କ୍ଷମତାରୁ ପାଞ୍ଚଗୁଣ ପ୍ରସ୍ତୁତକରୁଛି, ଗ୍ରାମାଞ୍ଚଳରେ କାୟା ଵିସ୍ତାରକରି ପଥଭ୍ରଷ୍ଟା କଲାଣି ଯୁଵପିଡିଙ୍କୁ।

ବିଷମକଟକ/କାଷିନାଥ/୧୦/୧/୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-କାଶୀନାଥ ପାଳ)ବେଆଇନ ଦେଶୀ ମଦ ଗ୍ରାମାଞ୍ଚଳର ଗଳିକନ୍ଦିରେ କୁଚୁଣି ବେପାରୀଙ୍କ ବେଆଇନ ଚୋରା କାରବାରଯୋଗୁ ଯୁବପିଡି,ଛାତ୍ରସମାଜ ପଥଭ୍ରଷ୍ଟା ହୋଇପାଠ ପଢାରେ ଵ୍ୟାଘତ ସୃଷ୍ଟି କରୁଛନ୍ତି।ଏପରିକି ଘରରର ପୁରୁଷ ଲୋକମାନେ ଏହି ଦେଶୀମଦ ହାତ ପାଖରେ ପାଇ ହାତଛଡା ନକରି ମଦପିଇ ପରିବାରରେ ଅଶାନ୍ତି ସୃଷ୍ଟିରେ ଧନଜୀବନ ନଷ୍ଟ ମଧ୍ୟ ହେଉଛି।ଏପରି ଘଟଣାକୁ ଅବକାରୀ ବିଭାଗ ଜାଣି ନଜାଣିଲା ପରି ନିଘୋଡ ନିଦରେ ଶୋଇପଡିଥିବା ଵେଳେ ପୋଲିସ୍ ଦେଖି ନଦେଖିଲା ଅଭିନୟ କରୁଛି।
ଏପରି ଘଟଣା ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଆଙ୍କୁରବାଲି ମୌଜାରେ ଥିବା ଦେଶି ମଦଭାଟି ପ୍ରସଙ୍ଗ।ମୁନିଗୁଡା ବ୍ଲକରେ ମୁନିଖୋଲ ଓ ଆମ୍ବାଦଳାରେ ଦେଶି ମଦଭାଟି ନିୟମ ଅନୁଯାଇ ସଠିକ ସ୍ଥାନରେ ଚଳାଇ ଆସୁଥିବା ଵେଳେ ମୁନିଗୁଡା ଵ୍ଲକ ଅଞ୍ଚଳ ଆଙ୍କୁରବାଲି ଠାରେ ଚନ୍ଦ୍ରପୁରୁ ବ୍ଲକପାଇଁ କ୍ଷମତା ପ୍ରାପ୍ତ ମଦଭାଟି  ଲାଇସେନ୍ସ ଥିବା ବେଳେ ବେନିୟମ ଭାବେ ମୁନିଗୁଡା ବ୍ଲକ ଆଙ୍କୁର ବାଲିରେ ଭାଟି ଚାଲୁଥିଲେ ମଧ୍ୟ ଅବକାରୀ ଵିଭାଗ ଓ ପୋଲିସ ଵିଭାଗ ଆଖିଵୁଜି ଦେଇଛନ୍ତି।ମୁଖ୍ୟ ରାସ୍ତାକଡରେ ଏହି ଭାଟି ହୋଇଥିଲେ ମଧ୍ୟ ସେହି ରାସ୍ତା ଦେଇ ଜିଲ୍ଲାପାଳ ଓ ଏସ୍ ପି  ଚନ୍ଦ୍ରପୁରୁ ଯାଉଥିଲେ ବି ଏଥିପ୍ରତି ତଳକର୍ମଚାରୀ ତାଙ୍କୁ ସୂଚନା ଦେଉନଥିବା କ୍ଷୋଭର ବିଷୟ ପାଲଟିଛି।ପୂର୍ବରୁ ଏହି ଭାଟି ଚନ୍ଦ୍ରପୁରୁ ବ୍ଲକର ଡାଙ୍ଗସୋରଡାରେ ହେଉଥିଲା।ଡାଙ୍ଗ ସୋରଡାରେ ବନ୍ଦକରି  ଆଙ୍କୁରବାଲିରେ ହୋଇଛି।ଏଠାରେ ଭାଟିକୁ ଲାଗି ନାଳ ଥିବାରୁ ୩ ହଜାର ଲିଟର ବଦଳରେ ୩୦ ହାଜାର ଲିଟର ପ୍ରସ୍ତୁତ ହେଉଛି ଵୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।ଅପରପକ୍ଷରେ ମଦ ପ୍ରସ୍ତୁତିର ଅଵର୍ଜନା ଓ କାଚଡା ପାଣି ଏହି ନାଳରେ ନିର୍ଗତ ହେଉଥିବାରୁ  ଅସ୍ବାସ୍ଥ୍ୟ କର ପରିବେଶ ସୃଷ୍ଟିହୋଇ ତଳ ଅଞ୍ଚଳର ଲୋକମାନେ ଵୋହିଯାଉଥିବା ନାଳ ପାଣିରେ ଗାଧୋଇ ଵିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ସ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳୁଛି। ଦେଶି ମଦଭାଟି ତଥା ବୟସ୍କମାନେ ବାଟରେ ଘାଟରେ ଚାଲୁଥିବା ଚୋରା ଦେଶିମଦ.ପସରାରର କାରବାରରେ ଅତିଷ୍ଟ ହେଲେଣି ଅଞ୍ଚଳ ବାସୀ ।ଏହାକୁ ନିଷେଧ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଵେଳେ ଭାଟି ମାଲିକ ଅବକାରୀ ଵିଭାଗ ଓ ପୋଲିସକୁ ହାତରେ ରଖିଥିବା ଚର୍ଚ୍ଚା ଚାଲୁଛି।
ପ୍ରକାଶ ଥାଉକି ମୁନିଗୁଡା ବ୍ଲକର ଆଙ୍କୁରବାଲି ଠାରେ ହୋଇଥିବା ଏହି ଦେଶି ମଦ ଭାଟି ଚନ୍ଦ୍ରପୁର ବ୍ଲକ ସଦର ମହକୁମାରୁ ମାତ୍ର ୨କିଲୋମିଟର ଦୂର ଚିଚୁପଙ୍ଗା ଗ୍ରାମ ଠାରେ ଭାଟି କରି ବିକ୍ରୟ ପାଇଁ ଲାଇସେନ୍ସ ମିଳିଥିଲା।କିନ୍ତୁ ଭାଟି ମାଲିକ ରାଜେଶ କୁମାର ସାହୁ ସବୁ ନିୟମକୁ ଫାଙ୍କି ଦୈନିକ ହଜାର ହଜାର ଲିଟର ମଦ ଭାଟିରେ ପ୍ରସ୍ତୁତକରି ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସରଡ଼ା, ହନୁମନ୍ତପୁର୍, ହେଂବୁରୁ, ଟୁରିଗୁଡା ଏହିପରି ବ୍ଲକର ପ୍ରାୟ ପ୍ରତିଟି ଗାଁକୁ କୋଠି ସଜାଇ ଦେଇଛି । ଗାଁ ଗାଁରେ ମଦପିଇ ମାତାଲ ହୋଇ ଅନୀୟମିତ କାର୍ଯ୍ୟ କରିବା ସହ ଘରେ ଘରେ ପାରିବାରିକ ଅଶାନ୍ତି ଦେଖା ଦେଉଛି। ଚୋରି ହିଂସା, ଧର୍ଷଣ,ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି। ଏନେଇ ବିଷମ କଟକ ଭାରପ୍ରାପ୍ତ ଏକ୍ସସାଇଜ ଏସ ଆଇ ପଙ୍କଜ କୁମାର ନାୟକଙ୍କୁ ଫୋନରେ ପ୍ରତିକ୍ରୀୟା ନେଵାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ ସମ୍ଭଵ ହୋଇ ପାରିନଥିଲା । ଜିଲ୍ଲା ପ୍ରଶାସନ  ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।ଯଦି ମଦଭାଟି ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ,ବାଟରେ ଯାଉଥିବା ମଦ ଜାର୍କୀନକୁ ଅଟକାଇ ରାସ୍ତାରେ ଢାଳି ଦିଆଯିଵା ସହ ଅଞ୍ଚଳବାସୀ ଓ ମହିଳା ଗୋଷ୍ଠି ରାଜରାସ୍ତାକୁ ଓହ୍ଲାଇବେ ଵୋଲି ସୁଭାଷିନୀ ରାଉତ, ବୃନ୍ଦାବତୀ ପୁଜାରୀ, କମା ଦଣ୍ଡସେନା ଅହଲ୍ୟା,ବିଶୁ ଦାସ,ଅଖନ ନାୟକ,ଵାବୁନୀ ପାତ୍ର,ଭାନୁ ପାଲକା,ଦେବକୀ ଵ୍ରେଡକା,ଵାସୁ ପ୍ରଟିଙ୍ଗା ପ୍ରମୁଖ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅବଗତ କରିଵେ ଵୋଲି ଚେତାବନୀ ଦେଇଛନ୍ତି।

Recent Comments

Leave Comments

Top