କଣିହାଁ/ ୧୧/୧/୨୦୨୫/ (ଆଧାର ମିଡ଼ିଆ)- ଅନୁଗୋଳ କଣିହାଁ ବ୍ଲକର ଗଣ୍ଡମଳା ସମବାୟ ସମିତିରେ ଶନିବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ବହୁ ପ୍ରତିକ୍ଷିତ ଧାନର ମିନିମମ ସହାୟକ ରାଶିକୁ ୩୧୦୦ ଟଙ୍କା ମୂଲ୍ୟରେ ଚାଷୀଙ୍କୁ ମିଳିବାର ଗ୍ୟାରେଣ୍ଟି ଦବାସହ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଥିଲେ। ଏ ସରକାର ଚାଷୀ ଉପକାରୀ ସରକାର ବୋଲି କହିବା ସହ କଟନୀ ଛଟନି ବନ୍ଦ କରିବା ସହ ଏଫ ଏ କିୟୁ ମାଧ୍ୟମରେ ଧାନ କ୍ରୟ କରିବା ପାଇଁ ଅଧିକାରୀ ମାନଙ୍କୁ ତାଗିତ କରିଥିଲେ। ଏହି ଅବସରରେ ସ୍ଥାନିୟ ସମବାୟ ସମିତିର ସଭାପତି ରଞ୍ଜନ ସାମଲଙ୍କ ସହିତ ସମବାୟ ସମିତିରର ସମସ୍ତ ନିର୍ଦ୍ଦେଶକ, ସରପଞ୍ଚ ତପସ୍ବିନୀ ପାତ୍ର ,ମୀରା ପ୍ରଧାନ, ସମିତି ସଭ୍ୟା ଭାରତୀ ସାହୁ, ଆର ଏମ୍ ସି ର ସମ୍ପାଦକ ଜଦୁମଣି ନାୟକ,ଏ ଆର ସି ଏସ୍ ଅନିଲ ରଥ,ଭାଜପା ମଣ୍ଡଳ ସଭାପତି ମନୋଜ ବିଶ୍ୱାଳ, ବରିଷ୍ଠ ଭାଜପା ନେତା ପ୍ରହଲ୍ଲାଦ ସାମଲ ,ପୂର୍ବତନ ସମବାୟ ସମିତି ସଭାପତି ବିନୟ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କାକୁଡିଆ ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟନ ହୋଇଜାଇଛି l ଏଥିରେ ସମବାୟ ସମିତିର ସଭାପତି ପରମାନନ୍ଦ ସାହୁ ସମ୍ପାଦକ ପଦ୍ମ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଏହି ସମିତ ଅଧୀନରେ ଥିବା ଗ୍ରାମଗୁଡିକ ମଧ୍ୟରୁ ୧୫୩୫ ଜଣ ଚାଷୀ ଟୋକନ ପ୍ରଦାନ କରାଯାଇଛି l ଚାଷୀ ଓ ମିଲରଙ୍କ ମଧ୍ୟରେ କଟିନି ଛଟିନି ମୂଲଚାଲ ହୋଇ ନପାରିବାରୁ ଧାନ କିଣିବା ରେ ବାଧା ଉପୁଜିଲା l ଅପରାହ୍ନରେ ଏଫଏ କ୍ୟୁ ମାଧ୍ୟମରେ ଧାନର ମାନ ପରୀକ୍ଷଣ ପରେ ରବିବାର ଧାନ ସଂଗ୍ରହ କରିବା ପାଇଁ ଚାଷି ମାନେ ନିଷ୍ପତ୍ତି ନେଇ ଥିଲେ l ଏହି କାର୍ଯ୍ୟକ୍ରମରେ ଲୋକ ନାଥ ସାହୁ,ବିଚ୍ଛନ୍ଦ ଚରଣ ସାହୁ ପବିତ୍ର ମୋହନ ସାହୁ,ମହେଶ୍ଵର ସାମଲ ସୁମନ୍ତ ମହାନ୍ତି, ଦିଲେଶ୍ଵର ସାହୁ କବି ସାହୁ ଟୁନା ପ୍ରଧାନ, କାଠିସାହୁ, ଗନ୍ଧର୍ବ ପ୍ରଧାନ, ଭାଜିସେଠି,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
Recent Comments