ଭୁବନେଶ୍ୱର/ ୧୩/୦୧/୨୦୨୫/ (ଆଧାର ମିଡ଼ିଆ// ରିପୋର୍ଟ-ପ୍ରଦ୍ୟୋତ କୁମାର ବିଶ୍ୱାଳ) ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ କେନ୍ଦ୍ରାପଡାର ବାସିନ୍ଦା ହୋଇଥିବା ବେଳେ ସେ +୨ ଦ୍ୱିତୀୟ ବର୍ଷରେ ପଢୁଥିଲେ। ସେ ଭଲ ଓଡିଶୀ ନୃତ୍ୟ କରୁଥିଲେ। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ କ୍ୟାପିଟାଲ ଥାନା ଆଇଆଇସିଙ୍କ ସହ ଅନ୍ୟ ପୁଲିସକର୍ମୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଛାତ୍ରୀ ଜଣକ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାସ୍ଥଳରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ହଷ୍ଟେଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ପୁଲିସ ଛାତ୍ରୀଙ୍କ ମୋବାଇଲ୍ ଜବତ କରିଛି। ସମ୍ପର୍କୀୟଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଜାରିରଖିଛି।
Recent Comments