logo
add image
ଅବହେଳିତରେ ବଳଙ୍ଗା ଅଞ୍ଚଳ ଜନସାଧାରଣ..କେବେପାଇବ ବ୍ଲକମାନ୍ୟତା ବଳଙ୍ଗା

ଅବହେଳିତରେ ବଳଙ୍ଗା ଅଞ୍ଚଳ ଜନସାଧାରଣ..କେବେପାଇବ ବ୍ଲକମାନ୍ୟତା ବଳଙ୍ଗା

ପିପିଲି/୧୩/୧/୨୦୨୫/( ଆଧାର ମିଡ଼ିଆ ) ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳ ହେଉଛି ଏକ ଚାଷି ବହୁଳ ଅଞ୍ଚଳ. ଏ ଅଞ୍ଚଳର ଜନସାଧାରଣମାନେ ଅଧିକାଂଶ ଚାଷ ଉପରେ ନିର୍ଭର କରୁଥିବା ବେଳେ ଆଉ ଅବଶିଷ୍ଟ ଜନସାଧାରଣ ବ୍ୟବସାୟ. ସରକାରୀ ନିଯୁକ୍ତି ଓ ବେସରକାରୀ ନିଯୁକ୍ତିରେ ରହିଛନ୍ତି.ଏହି ଅଞ୍ଚଳରେ ୧୭  ଗୋଟି ଗ୍ରାମ ପଞ୍ଚାୟତ ସରକାରୀ ଦପ୍ତରରେ ରେକଡ଼ ଥିଲେ ମଧ୍ୟ ବଳଙ୍ଗା ବଜାର ମଧ୍ୟରେ ବଳଙ୍ଗା ଥାନା. ସରକାରୀ ଡାକ୍ତର ଖାନା. ଜଳସେଚନ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ.ବିଭିନ୍ନ ବ୍ୟାଙ୍କ. ଡାକଘର ଥିବାବେଳେ ସବୁଠାରୁ ଓଡିଶା ପ୍ରସିଦ୍ଧ ହେଉଛି ବଳଙ୍ଗା ହାଟ.ଏହି ଚାଷି ବହୁଳ ହାଟ ସପ୍ତାହକୁ ଦୁଇଦିନ ବୁଧବାର ଓ ରବିବାର ସକାଳ ୬ ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ପ୍ରାୟ ୧୧ ଘଟିକା ପର୍ଯ୍ୟନ୍ତ ବସିଥାଏ. ଏହି ଅଞ୍ଚଳର ହାଟକୁ ବଳଙ୍ଗା,ପିପିଲି .ସତ୍ୟବାଦୀ. ନିମାପଡା.ଗୋପ.କାକଟପୁର.ଅସ୍ତରଙ୍ଗ.କୋଣାର୍କ.ଭୁବନେଶ୍ୱର.ଖୋର୍ଦ୍ଧା.ଜଟଣୀ.କଟକ ନୟାଗଡ ଭଳି ଅଞ୍ଚଳରୁ ଛୋଟ ବଡ଼ ବ୍ୟବସାୟୀ ଆସିଥାନ୍ତି.ଏବଂ ଓଡିଶା ପ୍ରସିଦ୍ଧ ବଳଙ୍ଗା ମେଳଣ. ଖୁଦୁରୁକୁଣୀ ଓଷା.ଦୁର୍ଗାପୂଜା.ଭାଗବତ ପାଠ.ରାମ ପରାୟଣ.ଗଣେଷ ପୂଜାରେ ଆକର୍ଷିତ ହୋଇଥାଏ. ଅନେକ ସୁଭିଧା ରହିଥିଲେ ମଧ୍ୟ ଏହି ଅଞ୍ଚଳ ନିମାପଡା ପଞ୍ଚାୟତ ସମିତିରେ ସାମିଲି ହୋଇଛି.ବଳଙ୍ଗା ଅଞ୍ଚଳଠାରୁ ନିମାପଡା ପଞ୍ଚାୟତ ସମିତି ପ୍ରାୟ ୧୫କି.ମି.ଦୂରତା ହୋଇଥିଲେ ମଧ୍ୟ ସାଧାରଣ ଲୋକଟିଏ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବାକୁ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି.
ଯାତାୟତ ରାସ୍ତା ଥିଲେମଧ୍ୟ ଏହିରାସ୍ତା ସଦାସର୍ବଦା ଖାଲ ଖମାରେ ପରିପୂର୍ଣ୍ଣ ରହିଛି.ଏହି ରାସ୍ତାରେ ନେତା.ମନ୍ତ୍ରୀ ଓ ଯନ୍ତ୍ରୀ ମାନଙ୍କର ଗମନା ଗମନ ଥିଲେମଧ୍ୟ ଏହି ରାସ୍ତାଉପରେ କାହାରି ନଜର ପଡୁନଥିବା ନେଇ ଅଞ୍ଚଳବାସି ସଦାସର୍ବଦା ଚିନ୍ତିତ. ଖାଲି ସେତିକି ନୁହେଁ ସାଧାରଣ ମହିଳା.ଗର୍ଭବତୀ ମହିଳା.ନବଜାତ ଶିଶୁ ଏବଂ କୌଣସି ଦୁର୍ଘଟଣା ଜନିତ ଆହତ ବ୍ୟକ୍ତି ଓ ଗଣ୍ଡଗୋଳ ମାମଲାରେ ଆହତ ବ୍ୟକ୍ତି ଚିକିତ୍ସା ପାଇଁ ବଳଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଆସୁଥିଲେ ମଧ୍ୟ ଏଠାରେ ଜଣେ ଭଲ ଡାକ୍ତର ଓ କର୍ମଚାରୀ ମାନେ ନଥିବା ଯୋଗୁ ସେମାନେ ଉତ୍ତମ ଚିକିତ୍ସା ପାଇଁ ସାକ୍ଷୀଗୋପାଳ.ମଙ୍ଗଳପୁର.ଭୁବନେଶ୍ୱର ଏବଂ କଟକ ବଡ଼ ଡାକ୍ତର ଖାନା ଉପରେ ନିର୍ଭର କରିଥାନ୍ତି. ଏମିତି କିଛି ଲୋକ ଗୁରୁତର ଅବସ୍ଥାରେ ଆସିଲେ ସେମାନେ ବଳଙ୍ଗା ଡାକ୍ତର ଖାନାରୁ ବଞ୍ଚିତ ରହି ଅନ୍ୟ ଡାକ୍ତର ଖାନାକୁ ଯିବାବେଳେ ଅଧା ବାଟରେ ଅକାଳରେ ମୃତ୍ୟୁ ବରଣ କରିଥାନ୍ତି ବୋଲି ଜାଣିବାକୁ ମିଳୁଅଛି. ଯାହାକି ଅଞ୍ଚଳ ବାସିଙ୍କର ବର୍ଷକ ମଧ୍ୟରେ ୧୫ /୨୦  ଜଣଙ୍କର ଅକାଳ ବିୟୋଗ ଘଟୁ ଥିବା ବେଳେ ଏଦିଗରେ କୌଣସି ବିଧାୟକ ଓ ମନ୍ତ୍ରୀ ମାନଙ୍କର ନଜର ପଡୁନାହିଁ.
ବଳଙ୍ଗା ଥାନା ଓ ଆଇ ସି ପଦବୀ ଥିବାବେଳେ ଏହି ଥାନା ଅଧୀନରେ ପିପିଲି ଓ ସତ୍ୟବାଦୀ ବ୍ଲକ ଅଞ୍ଚଳର ୭ /୮ଗୋଟି ପଞ୍ଚାୟତ ସାମିଲି ହୋଇଛି. ଯାହାକି ସାଧାରଣ ଲୋକ ନ୍ୟାୟ ପାଉଥିବା ବେଳେ ଥାନା ଅଧିକାରୀ ଓ କର୍ମଚାରୀ ମାନେ ବହୁ ଅସୁବିଧାରେ ସମ୍ମୁଖୀବ ହେଉଛନ୍ତି. ଯଦି ସରକାର ଓ ପୋଲିସ ଗୃହ ବିଭାଗ ଏହି ଥାନାଅଞ୍ଚଳର ସମସ୍ୟାକୁ ନେବେ ତାହାଲେ ଏହି ଓ ଆଇ ସି ପଦବୀକୁ ଆଇ ଆଇ ସି ପଦବୀକୁ ପଦର୍ନ୍ନତ୍ତି କରଯାଇ ଅଞ୍ଚଳ ବାସୀଙ୍କ ସୁରକ୍ଷା ନିମନ୍ତେ ପୋଲିସ ପିସିଆର ନିଯୁକ୍ତି କରାଯାଆନ୍ତା ତାହେଲେ ଅଞ୍ଚଳର ଜନସାଧାରଣ ମାନେ ପୋଲିସର ସାହାଯ୍ୟ ଓ ନ୍ୟାୟ ବ୍ୟବସ୍ଥା ପାଇପାରନ୍ତେ ବୋଲି ଚର୍ଚ୍ଚା ହେଉଛି.ଯାହାକି ବଳଙ୍ଗା ଅଞ୍ଚଳକୁ ବ୍ଲକ ମାନ୍ୟତା ଦେବାଲାଗି ବୁଦ୍ଧିଜୀବୀ ମହଲରେ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି.

Recent Comments

Leave Comments

Top