logo
add image
ମଙ୍ଗଳା ମନ୍ଦିର ଓ ମାଧବାନନ୍ଦଙ୍କ ପୀଠରେ ମକରପର୍ବ ପାଳିତ।

ମଙ୍ଗଳା ମନ୍ଦିର ଓ ମାଧବାନନ୍ଦଙ୍କ ପୀଠରେ ମକରପର୍ବ ପାଳିତ।

କାକଟପୁର/୧୪/୧/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ରେ ମକରପର୍ବ ବେଶ ରୀତିନୀତିରେ ପାଳିତ ହୋଇଯାଇଛି l ଦିବା ନୀତି ସମ୍ପୂର୍ଣ ପରେ ପହୁଡ଼ ପଡେ l ପହୁଡ଼ ଖୋଲା ହେବାପରେ ମାଙ୍କ ବିଶେଷ ମକର ବେଢା ଅନୁଷ୍ଠିତ ହୋଇଥାଏ l ସମସ୍ତ ସେବାୟତ ନୂଆ ଅରୁଆ ଚାଉଳ, ଛେନା, କଦଳୀ, ଅଦା, କ୍ଷୀର, ନଡ଼ିଆ, ମସଲା ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ ମକର ଚାଉଳକୁ ମାଙ୍କ ପାଖରେ ଭୋଗ ଲାଗିକରି ଥାଆନ୍ତି, ଆଜି ସନ୍ଧ୍ୟା ୫ଘଟିକା ସମୟରେ ଅଷ୍ଟଧାତୁ ନିର୍ମିତ ଏକ ଥାଳିରେ ପୂଜାପଣ୍ଡା ଶରତ କୁମାର ଦୀକ୍ଷିତ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ସେବକ ମାନଙ୍କ ଦ୍ୱାରା ଘଣ୍ଟ, ଘଣ୍ଟା, ଛତ୍ରୀ, ଛତା ଓ କାହାଳି ବଜା ଯାଇ ପ୍ରଥମେ ଭିତରେ ଥିବା ଅଷ୍ଟଧାତୁ ନିର୍ମିତ, କାଳୀ ମୂର୍ତ୍ତି,ଦ୍ୱିତୀୟରେ ସରସ୍ବତୀ ମୂର୍ତ୍ତି ଏବଂ ଶେଷବେଢା ପରିକ୍ରମାରେ ମା ଲକ୍ଷ୍ମୀ ମୂର୍ତ୍ତିଙ୍କୁ ନେଇ ବେଢା ପରିକ୍ରମା କରାଯିବା କଥା ମନ୍ଦିରର ନୀତି ଆୟୋଗ ପରିଚାଳନାର ମୁଖ୍ୟ ରବୀନ୍ଦ୍ର ନାଥ ଜେନା କୁହନ୍ତି,ବେଢା ପରିକ୍ରମା ପରେ ପ୍ରସ୍ତୁତ ହୋଇଥିବା ମକର ଚାଉଳ ପୂଜାକରି ଶ୍ରଦ୍ଧାଳୁ ମାନେ ତାକୁପାଇ ନିଜକୁ ଚରିତାର୍ଥ ମନେକରି ଥାଆନ୍ତି l ସେହିପରି ପବିତ୍ର ପ୍ରାଚୀନଦୀ କୂଳରେ ଅବସ୍ଥିତ ଅଷ୍ଟାଦଶ ଶତାବ୍ଦୀର ପୁରାତନ ବିଷ୍ଣୁ ପ୍ରତିମା (ମାଧବାନନ୍ଦ)ଙ୍କ ମୁଖ୍ୟ ପର୍ବ ମକର ପର୍ବ ଧୂମଧାମରେ ପାଳିତ ହୋଇଯାଇଛି l ବିଶେଷ କରି ଶ୍ଵାସରୋଗ ଭଳି ପୁରାତନ ଦୁରାରୋଗ୍ୟରେ ପୀଡିତ ରୋଗୀମାନେ ବିଶ୍ଵାସ ସହକାରେ ଭଗବାନଙ୍କ ଆଶ୍ରିତ ହୋଇ ରୋଗରୁ ଉପଶମ ପାଉଥିବାରୁ ମାଧବାନନ୍ଦଙ୍କ ମହିମା ଚାରିଆଡ଼େ ପ୍ରସାରିତ ହୋଇଥାଏ।ଏହି ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଶୁଭ ଅବସରରେ ଜଗତସିଂହପୁର, କେନ୍ଦ୍ରାପଡା,କଟକ, ପୁରୀ ସମେତ ବହୁ ଜିଲ୍ଲାର ମାଧବ ଭକ୍ତମାନଙ୍କ ସମାଗମ ଅନୁଷ୍ଠିତ ହୋଇଥାଏ। ମାଧବାନନ୍ଦ ଯୁବ ନାଟ୍ୟ ପରିଷଦ, ସଭାପତି ବିଶ୍ୱଜିତ ଦାସଙ୍କ ପ୍ରତ୍ୟେକ ତତ୍ତାବଧାନ ରେ ନିଳକଣ୍ଠପୁର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଭରପୁର ମନୋରଞ୍ଜନ ପ୍ରଦର୍ଶନ କରାଯାଇଥାଏ।ସେହିପରି ପତିସାହିସ୍ଥିତ ମହାବୀର ମନ୍ଦିର,ସ୍ୱମେଶ୍ୱର ମନ୍ଦିର ସମେତ ପ୍ରାଚୀ ଅବବାହିକାରେ ଅବସ୍ଥିତ ଅଷ୍ଟଶମ୍ଭୁ ଓ ଦ୍ଵାଦଶ ମାଧବ

Recent Comments

Leave Comments

Top