ବଲାଙ୍ଗୀର/୧୪/୦୧/୨୦୨୫/ (ଆଧାର ମିଡ଼ିଆ) ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ସ୍ଥିତ ବୀଣାପାଣି ଶିକ୍ଷାସୌଧ ଠାରେ ଫକୀର ମୋହନ ସେନାପତିଙ୍କ ୧୭୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ "ଭାଷା ଆନ୍ଦୋଳନର ବିନ୍ଧାଣୀ ଫକୀର ମୋହନ ସେନାପତି" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ମ୍ଯାନେଜିଂ ଡାଇରେକ୍ଟର ଅଶୋକ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ନିମନ୍ତ୍ରିତ ବକ୍ତାଭାବେ ଜାମଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡା,ବହଲପଦର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର ଓ ସୁବକ୍ତା ସ୍ପର୍ଶା ମିଶ୍ର ଯୋଗଦେଇ ମଧ୍ଯବିତ୍ତ ସମାଜର ଜୀବନ ଆଲେଖ୍ଯ ବହନ କରି ଅଭିନବ ଚରିତ୍ର ଚିତ୍ରଣ କୌଶଳରେ ଫକୀର ମୋହନ ସେନାପତିଙ୍କ କଥା ସାହିତ୍ୟ ପ୍ରାଣସ୍ପର୍ଶୀ ହୋଇଛି ବୋଲି କହିବା ସହ ସମଗ୍ର ଓଡିଆ ଜାତିପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଛତାମଖନା ହାଇସ୍କୁଲର ଶିକ୍ଷୟତ୍ରୀ ଶକ୍ତିବାଇ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କୁଇଜ କାର୍ଯ୍ଯକ୍ରମରେ ଅନୁସୂୟା ସାହୁ,ଅଂଶ ବେହେରା,ଟ୍ବିଂକଲ କର୍ମୀ, ଆଶୁତୋଷ ସାହୁ,ସ୍ମୃତିରାଣୀ ମିଶ୍ର,ଡ଼ୋଲାମଣୀ କାଲସାଏ,ଜେ.ଏସ୍.ପୁନମ ମହଲା,ଚିରାଗ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ଯକ୍ରମର ସଂଯୋଜନା ଶିକ୍ଷକ ରଞ୍ଜିତ ମିଶ୍ର କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସୌମ୍ୟରଞ୍ଜନ ଦ୍ବାରୀ । ଶିକ୍ଷୟତ୍ରୀ ନିକିତା କିଶୋର, ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ତଥା ବିଦ୍ୟାଳୟରର ଶିକ୍ଷା କର୍ମଚାରୀ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।
Recent Comments