ଅମ୍ବାଭୋନା/ ବରଗଡ/୧୪/୦୧/୨୦୨୫/ (ଆଧାର ମିଡ଼ିଆ)-ବରଗଡ ଜିଲ୍ଳା ଅମ୍ବାଭୋନା କେଦାରନାଥ ମନ୍ଦିର ପ୍ରାଙ୍ଗଣରେ କେଦାରନାଥ କଳା ସାହିତ୍ଯ ସଂସଦ ଆନୁକୂଲ୍ଯରେ ମକର ମିଳନ ଓ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବର ପ୍ରଥମ ଅଧିବେଶନ ରେ ସଂସଦର ସଭାପତି ସିତାରାମ ରଥଙ୍କ ସାହିତ୍ଯ ଆସର ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବର ପ୍ରଥମ ଅଧିବେଶନ ରେ ସଂସଦର ସଭାପତି ସିତାରାମ ରଥଙ୍କ ସାହିତ୍ଯ ଆସର ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବରିଷ୍ଠ ସାହିତ୍ୟିକ ସୁଲଳିତ ପାତ୍ରଙ୍କ ସଂଯୋଜନାରେ ୨୬ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। ସେହିପରି ଉତ୍ସବର ଦ୍ବିତୀୟ ଅଧିବେଶନରେ ସମ୍ବର୍ଦ୍ଧନ ସଭାରେ ମୁଖ୍ଯ ଅତିଥି ଭାବେ ସୁଜିତ କୁମାର ପୃଷେଠ, ମୁଖ୍ଯ ବକ୍ତା ମନୋରଞ୍ଜନ ମେହେର,ଶଶୀଭୂଷଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।
ଏହି ଉତ୍ସବରେ ସାହିତ୍ଯ ସାଧନା ସକାଶେ ମଙ୍ଗଳ ସିଂ ଗଣ୍ତ, କଳାପାଇଁ ବାଳମୁକୁନ୍ଦ ଭୁଏଙ୍କୁ ମାନପତ୍ର ଓ ଉପଢୌକନ ଦେଇ କେଦାରନାଥ ସମ୍ମାନ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ସଂସଦର ରୌପ୍ୟ ଜୟନ୍ତୀ ବିଶେଷାଙ୍କ ପ୍ରତିଭା ପରିଚୟ, ବିଶିଷ୍ଟ ସମ୍ବଲପୁରୀ କବି ଦେବାର୍ଚ୍ଚନ ନାଏକଙ୍କ ଲିଖିତ ସମ୍ବଲପୁରୀ ପୁସ୍ତକ ବାରପାହାଡ ବାରକଥା, ବର୍ଷିୟାନ ସାହିତ୍ୟିକ ମଙ୍ଗଳ ସିଂ ଗଣ୍ତଙ୍କ ମାଆ ମାଟିର ସଂଗ୍ରାମୀ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଂକ୍ଷିପ୍ତ ଶ୍ରୀମତ ଭାଗବତ ସୁଦ୍ରୁମା ପଣ୍ତାଙ୍କ ଭାବତରଙ୍ଗ ଓ ଭାବବିନୋଦ,ଗଜେନ୍ଦ୍ର ଦାଶଙ୍କ ଗଦ୍ଯ ସ୍ତବକ ଆଦି ପୁସ୍ତକ ଉନ୍ମୋଚନ କରିଥିଲେ।ସଂସଦ ସଂପାଦକ କେଦାର ନାଏକ ସଂପାଦକୀୟ ପଠନ କରିଥିବା ବେଲେ ସଭା ସଂଯୋଜନା ଗଜେନ୍ଦ୍ର ଦାଶ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ମାଁ ବାଗଦେବୀ ଓ ଫକୀରମୋହନ ସେନାପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପ୍ରକାଶପୁର ଜୟ ଜଗନ୍ନାଥ ସଂଗୀତ କଳା ପରିଷଦର ରବିଶଙ୍କର ବେହେରା,ଥଣ୍ତାରାମ ପଧାନ,ଅଲେଖ ଦେହେରୀ, ହୃଦାନନ୍ଦ ଭୋଇ, ନାଗାର୍ଜୁନ ସାହୁ, ମୋତିଲାଲ ସାହୁ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମରେ ଅମ୍ବାଭୋନାବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ,ଅଲେଖ ପଧାନ, ସୁଲଳିତ ପାତ୍ର, ଯୋଗେଶ୍ବର ରଥ, ସୁରେନ୍ଦ୍ର ପଧାନ, ରମେଶ ପସାଏତ, ପୁନୀରାମ ଗଣ୍ତ,ହୃଶିକେଶ ସାହୁ, ଡୋଲାମଣି ଶତପଥି,ଗୌରାଙ୍ଗ ପଧାନ, ଗୋପିନାଥ ସାହୁ, ମନୋହର ସାହୁ, ପରିଶେଷ ରେ ଆଇନଜୀବି ଶରତ କୁମାର ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ପୂର୍ବରୁ ପ୍ରସିଦ୍ଧ ସମ୍ବଲପୁରୀ ଲେଖକ ଦେବାର୍ଚ୍ଚନ ନାଏକ ଙ୍କ ଲିଖିତ ସମ୍ବଲପୁରୀ ପୁସ୍ତକ ବାରପାହାଡ ବାର କଥା କୁ ନାରଙ୍ଗପୁର ଗ୍ରାମ ନିବାସୀ ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ମୁନୁ ନାଏକ ଙ୍କୁ ପ୍ରଦାନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ସେଠାରେ ଝାରପାଲି ଗ୍ରାମ କୃଷ୍ଣ ଚନ୍ଦ୍ର ବାରିକ, ଠାକୁର ରାମ ସାହୁ, ଗୋପୀନାଥ ସାହୁ, ସାମ୍ବାଦିକ ଚନ୍ଦ୍ର ମଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Recent Comments