logo
add image
ବୌଦ୍ଧଜିଲ୍ଲା ଟ୍ରକ ମାଲିକସଂଘର ନୂତନ କର୍ମକର୍ତ୍ତା ଚୟନ

ବୌଦ୍ଧଜିଲ୍ଲା ଟ୍ରକ ମାଲିକସଂଘର ନୂତନ କର୍ମକର୍ତ୍ତା ଚୟନ

ବୌଦ୍ଧ/୧୫/୧/୨୦୨୫/ (ଆଧାର ମିଡ଼ିଆ) ଆଜି ବୌଦ୍ଧଜିଲ୍ଲା ଟ୍ରକ ମାଲିକ ସଂଘର ନୃତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବୌଦ୍ଧଜିଲ୍ଲା ଟ୍ରକ ମାଲିକ ସଂଘର ସମ୍ବିଧାନ ନିୟମ ଅନୁଯାୟୀ ପ୍ରତି ୨ ବର୍ଷରେ କର୍ମକର୍ତ୍ତା ନିର୍ବାଚନ ହୋଇଥାଏ । ଏହି ପ୍ରକ୍ରିୟା ଅନୁଯାୟୀ ଆଜି ବୌଦ୍ଧ ସହରର ମହାନଦୀ ମଧ୍ୟ ରେ ଥିବା  ମର୍ଯାକୁଦ ଆମ୍ବ ବୁରୀ ଠାରେ ସଙ୍ଘର ସାଧାରଣ ସଭା ଓ  ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ସଭାପତି ଭାବେ ସର୍ବଶ୍ରୀ ଶିବପ୍ରସାଦ ମିଶ୍ର,ଉପ ସଭାପତି ଶେଖ ସାମିଉଲ୍ଲା, ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱଜିତ ମିଶ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ରବିନ୍ଦ୍ର ପଟ୍ଟନାୟକ,ଓ ଇ. ଆଶିଷ୍ କୁମାର ପାତ୍ର କୋଷାଧକ୍ଷ୍ୟ ଭାବେ ନବ ନିର୍ବାଚିତ ହୋଇଛନ୍ତି । ସଙ୍ଘପକ୍ଷରୁ ତାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସଙ୍ଘର ଉତ୍ତରତର କାମନା କରିଥିଲେ । ଆଜିର ଏହି ନିର୍ବାଚନ କାର୍ଯ୍ୟକ୍ରମକୁ ସଂଘର ପୂର୍ବତନ ସମ୍ପାଦକ ସ୍ଵାଧୀନ ବିଶ୍ଵାଳ ପରିଚାଳନା କରିଥିଲେ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Recent Comments

Leave Comments

Top