logo
add image
କାଶି ବିଶ୍ୱନାଥଙ୍କ ଲିଙ୍ଗଉଦ୍ଧାର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠାନ

କାଶି ବିଶ୍ୱନାଥଙ୍କ ଲିଙ୍ଗଉଦ୍ଧାର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠାନ

ରେଢ଼ାଖୋଲ/୧୫/୦୧/୨୦୨୫/ (ଆଧାର ମିଡ଼ିଆ) ରେଢ଼ାଖୋଲରେ ଅବସ୍ଥାପିତ କାଶି ବିଶ୍ୱନାଥଙ୍କୁ ଲିଙ୍ଗ ଜୀର୍ଣ୍ଣ ଉଦ୍ଧାରନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି .ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀ ରଶ୍ମି ରଂଜନ ମହାନ୍ତଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ, ତହସିଲଦାର ପ୍ରଭାତ ରଞ୍ଜନ ବୁଶ୍ୱାଳ, ଦେବତ୍ତର ବୋର୍ଡର ସଭାପତି ଅରୁଣ ପ୍ରଧାନ  ସମେତ ରେଢ଼ାଖୋଲର ସମସ୍ତ ଜନ ସାଧାରଣ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | ସୂଚନା ଯେ, ଆସନ୍ତା ଫେବୃଆରୀ ୧୮ ତାରିଖରୁ ୨୫ ଫେବୃଆରୀ ମଧ୍ୟରେ କାଶି ବିଶ୍ୱନାଥଙ୍କ ଲିଙ୍ଗ ସ୍ଥାପନ ସହିତ ମହାଯଂଜ୍ଞ କରାଯିବ.ଏହା ସହିତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ. ଏଥି ନିମନ୍ତେ ଦେବତ୍ତର ବିଭାଗ ଖର୍ଚ୍ଚକରିବା ସହିତ ଭକ୍ତମାନଙ୍କ ସହଯୋଗ କାମନା କରାଯାଇଛି. ସହୃଦୟରେ ସମସ୍ତେ ଏହି ପବିତ୍ର କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି. ଏହା ସହିତ ମନ୍ଦିର ପରିପାର୍ସିକ, ମନ୍ଦିର ଯିବାକୁ ରାସ୍ତା, ଲାଇଟର ବ୍ୟବସ୍ଥା  ଇତ୍ୟାଦିର ମଧ୍ୟ ଉନ୍ନତି କରିବାକୁ ଜନସାଧାରଣ ଦାବି ରଖିଥିଲେ. ସୂଚନା ଯେ. ଲିଙ୍ଗ ସହିତ ଅନ୍ୟ ଭଙ୍ଗା ପାର୍ଶ ଦେବଦେବୀଙ୍କ ବିଗ୍ରହ ମଧ୍ୟ ପରିବର୍ତ୍ତନ ହୋଇ ନୂତନ ଭାବେ ସ୍ଥାପନ ହେବ. ଲିଙ୍ଗ ଖିଚିଂରୁ ଆସିବ ବୋଲି ଦେବତ୍ତର ପକ୍ଷରୁ କୁହାଯାଇଛି.

Recent Comments

Leave Comments

Top