logo
add image
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।

ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।

ଖୋର୍ଦ୍ଧା/୧୬/୧/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ- ପ୍ରସନ୍ନ କୁମାର ସ୍ବାଇଁ ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ YCLAP ପ୍ରକଳ୍ପର ସଦସ୍ୟା ଶୁଭସ୍ମିତା ବେହେରାଙ୍କ ସଂଯୋଜନାରେ NNS ର ସ୍ଵେଚ୍ଛାସେବୀ ଛାତ୍ର ଛତ୍ରୀ ମାନଙ୍କୁ ନେଇ ପ୍ଲାଷ୍ଟିକ ବର୍ଜନ ଓ ପତ୍ର ତିଆରି ଥାଳି ଗିନା ବ୍ୟବହାର ସମ୍ପର୍କିତ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ଦାସ ଉଦଘାଟନ କରିଥିଲେ ।ପ୍ରଥମେ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ଦ୍ଵାରା କ୍ଷତି ଘଟୁଥିବାକୁ ପ୍ରଭାବକୁ ଦୂର କରିବା ଓ ଏହାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ସଚେତନତା କରାଇଥିଲେ । ପରେ ବିରାଟ ଶୋଭାଯାତ୍ରାରେ ବୋଲଗଡ଼ ବଜାର ହୋଟେଲ ,ଜଳଖିଆ ଦୋକାନୀ ମାନଙ୍କୁ ପତ୍ରତିଆରି ଥାଳି ଗିନା ପ୍ରଭୁତି ବଣ୍ଟନ କରିବା ସହିତ ପ୍ଲାଷ୍ଟିକ ସାମଗ୍ରୀକୁ ସମ୍ପୂର୍ଣ  ବନ୍ଦ କରିବା ପାଇଁ ସଚେତନତା କରିଥିଲେ ।ସେହିପରି ପତ୍ର ତିଆରି ସାମଗ୍ରୀ ଦ୍ଵାରା ଅନେକ ରଜଗର ସୃଷ୍ଟି ହେବା ସହିତ ସ୍ଵାସ୍ଥ୍ୟଗତ ନିରାପଦ ଅଣାଯାଇ ପାରିବ ବୋଲି ସନ୍ଦେଶ ଦିଆଯାଇଥିଲା ।ଏଥିରେ NNS କାର୍ଯ୍ୟକ୍ରମ ଅଧିକାରିଣୀ ପ୍ରଫେସର ରୂପେଲି ସାହୁ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ ।

 

Recent Comments

Leave Comments

Top