logo
add image
ଖଡ଼ିଆଳରେ ରାଜ୍ୟ ସ୍ତରୀୟ ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦତଯାପିତ

ଖଡ଼ିଆଳରେ ରାଜ୍ୟ ସ୍ତରୀୟ ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦତଯାପିତ

ନୂଆପଡା/୧୬/୦୧/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡ଼ିଆଳ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ଏସୋସିଏସନ ପକ୍ଷରୁ ଗତ ଦୁଇଦିନ ଧରି ଚାଳିଥିବା ରାଜ୍ୟସ୍ତରୀୟ ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ ହୋଇଛି l ଫାଇନାଲ ମ୍ୟାଚରେ ଅନୁଗୁଳର ଅମ୍ଲାନ ଓ ତନ୍ମୟ ସାହୁ ଯୋଡି ୨-୧ ସେଟ ପଏଣ୍ଟରେ ଭୁବନେଶ୍ୱରର ପାରସ ମାଥୁର ଓ ଚନ୍ଦ୍ରକୁମାର ଯୋଡିକୁ ହରାଇ ଚାମ୍ପିୟନ ହୋଇଛନ୍ତି l ଉଦଯାପନୀ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ, ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଜ଼ିଲ୍ଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପରେ ଅତିଥିମାନେ ବିଜୟୀ ଦଳକୁ ନଗଦ ୨୧ ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ ୧୫ ହଜାର ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ lଏହି ଉଦଯାପନୀ ସମାରୋହରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ଏସୋ ସିଏସନର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିଶ୍ୱଜିତ ପାଢ଼ୀ l ସେହିଭଳି ଡ଼. ସରୋଜ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଟୁର୍ନାମେଣ୍ଟରେ ସମ୍ପାଦକ ସୁଦୀପ୍ତ ବିଶୋଇ,ପ୍ରସନ୍ନ କୁମାର ମାହାନା, କୁନୁ କରୁଆଁ, ନନ୍ଦ କୁମାର ନାଗ, ବନବିହାରୀ ବେହେରା, ଆଲୋକ ରଥ,ରିତେଶ ବାବୁ , ବିଜୁ ସେଠି,ଅକ୍ଷୟ ପାଢ଼ୀ, ଦୁର୍ଗା ଖମାରି,ଅଙ୍କିତ ସାହୁ ,ସେରୁ, ସୁବୁ, ସୁମନ ପାଣିଗ୍ରାହୀ,ସୌରଭ ପଣ୍ଡା ଓ ତାପସ ପତି ପ୍ରମୁଖ ଖେଳ ପରିଚାଳନା କରିଥିଲେ.

Recent Comments

Leave Comments

Top