logo
add image
ରେଙ୍ଗାଲବେଡ଼ା ସରକାରୀ ହାଇସ୍କୁଲରେ ପ୍ରତିଭା ଉତ୍ସବ

ରେଙ୍ଗାଲବେଡ଼ା ସରକାରୀ ହାଇସ୍କୁଲରେ ପ୍ରତିଭା ଉତ୍ସବ

ଜମନକିରା/୧୬/।୧/୨୦୨୫/(ଆଧାର ମିଡ଼ିଆ): ରେଙ୍ଗଲବେଡା ସରକାରୀ ହାଇସ୍କୁଲରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରଧାନଶିକ୍ଷକ ସୁପ୍ରଭା ମହାନ୍ତିଙ୍କ ସଭାପତିତ୍ବରେ ପ୍ରତିଭା ଉତ୍ସବ ପାଳିତ ହୋଇଥିଲା ।ଏଥିରେ ଶିକ୍ଷାବିତ୍ ସୁବାସ ଚଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ବିନା ଦେଶର ଉନ୍ନତି ଅସମ୍ଭବ ବୋଲି କହିଥିଲେ।। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିଯାନର ସଂଯୋଜକ ରମେଶ କିସାନ ଅନୁଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ । ବରିଷ୍ଠ ଶିକ୍ଷକ ଉପାସନା ସ୍ୱାଇଁ ଭାଷଣ ଦେଇ ପ୍ରତିଭା ବିକାଶ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅକ୍ଷୟ ନାଏକ, ସପ୍ତ ଶିଖା ଜହ୍ନର, ଚାରୁଲତା ମାଝୀ, ଚତୁର୍ଭୁଜ ସାହୁ, ମୋନାଲିସା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପାସନା ଦେବୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

 

Recent Comments

Leave Comments

Top