ବୋଲଗଡ଼/ଖୋର୍ଦ୍ଧା/୧୬/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାର୍ଯ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ ,ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ,ସହକାରୀ ଯନ୍ତ୍ରୀ ଅମୂଲ୍ୟ କୁମାର ବାହିନୀପତି ପ୍ରମୁଖ ଉଦଘାଟନ କରିଥିଲେ । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ମେଡିକାଲ୍ ଓ ବାଙ୍କୋଇ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ବିଶେଷଜ୍ଞ ମାନେ ଯୋଗଦାନ କରି ସମୁଦାୟ ୪୬୯ ଜଣଙ୍କ ଦିବ୍ୟାଙ୍ଗ ପଞ୍ଜିକରଣ କରିଥିଲେ। ସମାନଙ୍କ ମଧ୍ଯରୁ ଶାରୀରିକ ଅକ୍ଷମତା - ୨୧୦, ଶ୍ରବଣ ବଧିର - ୯୭, ଦୃଷ୍ଟି ବାଧିତ -୪୮, ମାନସିକ ଅନଗ୍ରସର ୧୧୪ ଦିବ୍ୟାଙ୍ଗଜନ ନାମ ପଞ୍ଜିକରଣକରି ଡକ୍ତରଙ୍କ ପରାମର୍ଶ ନେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ଆନ୍ୟାନ୍ୟ ସହକାରୀ ସବିଧାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ନିମନ୍ତେ ବିନା ମୂଲ୍ୟରେ ପାସ୍ ଫୋଟ ଏବଂ ଜେରକ୍ସ ମଧ୍ୟ ସୁବିଧା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଡି ଆର ଆଇ ଋଣମିଶନ ଦକ୍ଷତା - ୬ ଜଣ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ,ତତ୍ ସହିତ ଦିବ୍ୟାଙ୍ଗ ଜନଙ୍କୁ ୭ ଭିନ୍ନକ୍ଷମଙ୍କ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆବେଦନ ପତ୍ର ଗ୍ରହଣ କରାଯ଼ାଇଥିଲା । ଅଗ୍ରଣୀ ଶିକ୍ଷାବୃତ୍ତି /ଭିନ୍ନକ୍ଷମ ପିତାମାତାଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ଆବେଦନ-୪ଜଣ.ବସପାସ ଓ ଟ୍ରେନ ପାସ,ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ - ୨୨ ,ବେଟ୍ରି ଚାଳିତ ଯାନ/କୃତିମା ଅଙ୍ଗ ପ୍ରତେଙ୍ଗ-୬ ବରିଷ୍ଟ ନାଗରିକ ଓ ଭିନ୍ନକ୍ଷମ ନିମନ୍ତେ ସହାୟକ ଯନ୍ତ୍ର - ଭିନ୍ନକ୍ଷମ ମାନଙ୍କ ଆବାସ ଯୋଜନା - ୩୮ ଜଣପାଇଁ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।
Recent Comments