ବୋଲଗଡ଼/ଖୋର୍ଦ୍ଧା/ ୧୭/୦୧/୨୦୨୫/ (ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ) ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ କାଜୁ ଚାଷୀ ମହାସଂଘ ବୋଲଗଡ଼ ତହସିଲ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କାଜୁଚାଷୀ ଗଣଧାରଣା କରିଥିଲେ। କାଜୁ ଚାଷୀ ମାନଙ୍କୁ ଦଖଲରେ ଥିବା ଜମିର ସ୍ଥାୟୀ ପଟା ପ୍ରଦାନ ସହିତ ବୋଲଗଡ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ କ୍ଷତି ପୂରଣ ଦିଆଯାଉ ଓ ଋଣ ଛାଡ କରାଯାଉ। ଚାଷୀର ସମସ୍ତ ଧାନକୁ ସର୍ବ ନିମ୍ନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ମଣ୍ଡି ମଧ୍ୟମରେ କ୍ରୟ କରାଯାଉ। ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭର୍ତ୍ତିକୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ଏବଂ ସମସ୍ତ ଘରୋଇ ବିଦ୍ୟୁତ୍ ଉପଭକ୍ତାଙ୍କର ୨ଶହ ୟୁନିଟ୍ ଛାଡ କରାଯିବା ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରଯାଇଥିଲା। ଏହି ଗଣ ଧାରଣାରେ ସପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଅଖିଳ ଭାରତୀୟ କୃଷକ ସଭା ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂ ଦେଓ, ସିପିଆଇ ଖୋର୍ଦ୍ଧା ଜିଲ୍ଲା ଅମୀୟ ପଟ୍ଟନାୟକ, ଆଦିବାସୀ ଯୁବନେତା ସୁଦର୍ଶନ ବେହୁରା, ସିପିଆଇ ଜୋନ ସମ୍ପାଦକ ବୋଲଗଡ଼ ଲକ୍ଷ୍ମଣ ସେଠୀ, ଶିକ୍ଷକ ନେତା ଦିବାକର ପରମଗୁରୁ, ଅବସର ପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଶିକ୍ଷକ ନେତା ସୁରେନ୍ଦ୍ର ବେହେରା, କୃଷକ ନେତା ବିନୋଦ ବରାଡ, ଏ ଆଇ ଏସ ଏଫ୍ ଛାତ୍ର ନେତା ପ୍ରଭାତ ନାୟକ ପ୍ରମୁଖ ଆନ୍ଦୋଳନରେ ଭାଗନେଇ ନାରା ବାଜି ଦେଇଥିଲେ। ଏହି ଆନ୍ଦୋଳନରେ ବୋଲଗଡ ଅଞ୍ଚଳର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ସାମିଲ ହେଇଥିଲେ।
Recent Comments