logo
add image
ସାଗରଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ସାଗରଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଖୋର୍ଦ୍ଧା/(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସାଗରଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୪୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର ଓ ସମ୍ମାନୀତ ଅତିଥି ପ୍ରାକ୍ତନ ଏବିଇଓ ପଦ୍ମନାଭ ବେହେରା , ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ରମାମଣି ଦେଇ ପ୍ରମୁଖ ଯୋଗଦେଇଥିଲେ l ଉତ୍ସବର ପ୍ରାରମ୍ଭରେ ଶିକ୍ଷକ ରସାନନ୍ଦ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ସ୍ମୃତିବନ୍ଦନା ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ନିମନ୍ତ୍ରିତ ଅତିଥିମାନେ ବିଦ୍ୟାଳୟର ମାଗର୍ଜିନି ମଣ୍ଠନଶ୍ରୀ ଉନ୍ମୋଚନ କରିଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମାଧାନ କରିବେ ବୋଲି ମୁଖ୍ୟ ବକ୍ତା ଓ ଅତିଥି ମାନେ ପ୍ରତିଶୃତି ଦେଇଥିଲେ l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାମାନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ l ବିଶେଷ କରି ଶିକ୍ଷକ ଓ ନାଟ୍ୟନିର୍ଦେଶକ ବସନ୍ତ କୁମାର ଉତ୍ତର କବାଟ ଙ୍କୁ ସମ୍ମାନୀତ କରାଯାଇଥିଲା ଏବଂ ନୃତ୍ୟ ନିର୍ଦ୍ଦେଶିକା ସ୍ନିଗ୍ଧା ରାଣୀ ସାହୁ ମହୋଦୟା ଙ୍କୁ ସମ୍ମାନୀତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ ନୃତ୍ୟ , ଲୋକନୃତ୍ୟ ,ଲୋକଗୀତ ,ଦେସାତ୍ମକ ବୋଧ ଗୀତ ଏବଂ ସଛ୍ୱଭାରତ ନାଟକଟି ପରିବେଷଣ କରାଯାଇଥିଲା l ପରିଶେଷରେ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

Recent Comments

Leave Comments

Top