logo
add image
ସୋନପୁର କଲେଜ ଇଂରାଜୀ ବିଭାଗର ବାର୍ଷିକ ସମ୍ପାନ-

ସୋନପୁର କଲେଜ ଇଂରାଜୀ ବିଭାଗର ବାର୍ଷିକ ସମ୍ପାନ-

ସୋନପୁର/୧୭/୧/୨୫/ (ଆଧାର ମିଡ଼ିଆ)-ସୋନପୁର ମହାବିଦ୍ୟାଳୟର ଇଂରାଜୀ ବିଭାଗର ବାର୍ଷିକ ସମ୍ପାନ ଶୀର୍ଷକ ମର୍ନିଙ୍ଗ ଇଣ୍ଡିଗୋ -English Writings in World Literature ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଡେଲ ଡିଗ୍ରୀ କଲେଜର ଇଂରାଜୀ ପ୍ରଧ୍ୟାପକ ଡ଼ ମହେନ୍ଦ୍ର କୁମାର ଭୋଇ ଏବଂ ବିରମହାରାଜପୁର କଲେଜର ଇଂରାଜୀ ଅଧ୍ୟାପକ ରିସୋର୍ସ ପର୍ସନ ହିସାବରେ ଯୋଗ ଦେଇଥିଲେ। ଅଧ୍ୟାପକ ନିରଞ୍ଜନ ଡାଙ୍ଗ ଅତିଥି ପରିଚୟ କରାଇଥିବା ବେଳେ ଅଧ୍ୟାପକ ଜ୍ୟୋ ଜ୍ୟୋତିର୍ମୟ ପ୍ରଧାନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ତଥା ପ୍ରାଧ୍ୟାପିକା ଡ଼ କଳ୍ପନା ମିଶ୍ର ପାରମ୍ଭିକ ଭାଷଣ ରଖିଥିଲେ l ସମୁଦାୟ ଆଠଜଣ ଛାତ୍ରଛାତ୍ରୀ ନିଜ ନିଜର ସନ୍ଧର୍ବ ପାଠ କରିଥିଲେ। ଅଧ୍ୟାପିକା ସୁଶ୍ରୀ ନର୍ମଦା କ୍ଷେତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଓଡିଆ ବିଭାଗର ମୁଖ୍ୟ ଡ଼ ସୌରଭ ରଞ୍ଜନ ଖମାରୀ, ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀ ରାମଧରି ହୋତା, କାଉଂପ୍ଟେର ବିଭାଗର ମୁଖ୍ୟ  ଲେଫ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲ, ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକେଶ ଚନ୍ଦ୍ର ପ୍ରଧାନ ଆଦି ନିଜ ନିଜର ଅଭିଭାଷଣ ରଖି ଥିଲେ। ସୁଶ୍ରୀ ଇପ୍ସ୍ମିତା ପାଣଗ୍ରାହୀ ସମ୍ପlନ୍ନକୁ ପରିଚାଳନା କରିଥିବା ବେଳେ ଇଂରାଜୀ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ସମ୍ପlନ୍ନକୁ ସଫଳ କରିଥିଲେ l

Recent Comments

Leave Comments

Top