logo
add image
ବ୍ରାଇଟମାଇଣ୍ଡ ଡାଇମେନସନ ସ୍କୁଲର ୧୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବ୍ରାଇଟମାଇଣ୍ଡ ଡାଇମେନସନ ସ୍କୁଲର ୧୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବୌଦ୍ଧ/୧୭/୦୧/୨୦୨୫/ (ଆଧାର ମିଡ଼ିଆ) ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଘରୋଇ ଇଂରାଜୀ ଶିକ୍ଷା ଅନୁଷ୍ଠାନ ବ୍ରାଇଟମାଇଣ୍ଡ ଡାଇମେନସନ ସ୍କୁଲର ୧୦ତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଶ୍ରୀ ବିନୟ କରଡ଼ିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ର କୁମାର ପ୍ରଧାନ ଆନୁଷ୍ଠାନିକ ଭାବେ ଯୋଗଦେଇ ବାର୍ଷିକ କ୍ରୀଡାର ଶୁଭ ଉଦଘାଟନ କରିଥିଲେ । ଏବଂ ସମସ୍ତ କୁନିକୁନି ଛାତ୍ରଛାତ୍ରୀ ଙ୍କୁ କ୍ରୀଡା ର ଉପକାରୀତା ବିଷୟରେ ସମ୍ୟକ ସୂଚନା ଦେଇ ଉତ୍ସ।ହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ ସାମ୍ବାଦିକ ଧବଳେଶ୍ଵର ମହାପାତ୍ର ଶିକ୍ଷକ ସ୍ଵାଧୀନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶିଶୁ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଶିକ୍ଷକ ସୁଶୀଳ କୁମାର ପରିଡା ଓ  ଅମରେଶ ପ୍ରଧାନ କ୍ରୀଡା ପରିଚାଳନା କରିଥିଲେ । ଏହି  ବାର୍ଷିକ କ୍ରୀଡା ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।ଏବଂ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

Recent Comments

Leave Comments

Top