ପୁରୀ/ ୧୭/୧/୨୦୨୫/( ଆଧାର ମିଡ଼ିଆ )ଵଳଙ୍ଗା ଥାନା ଅନ୍ତର୍ଗତ ମା ଲଙ୍କେଶ୍ବରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ୨୫ ତମ ବାର୍ଷିକ ଉତ୍ସବ ରୋୖପ୍ୟ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମୂଖ୍ୟ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ ଯୋଗଦେଇ ଶିକ୍ଷା ବିନା ବିକାଶର ମୂଲ୍ୟହୀନ ହୋଇଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଛାତ୍ରୀ ମାନଙ୍କୁ ସୂ ନାଗରିକ ଭାବେ ଗଢି ତୋଳିଵା ସହିତ ଅଞ୍ଚଳର ବିକାଶ ତ୍ବରାନ୍ବିତ କରିବାକୁ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ମୂଖ୍ୟ ବକ୍ତାଭାବେ ଡ଼ଃ କୈଳାସ ଚନ୍ଦ୍ର ତ୍ରିପାଠୀ,ଏସ ସି ବି ମେଡିକାଲ କଲେଜର ପ୍ରଫେସର ସରଜୂ ବିହାରୀ ପତି,ସନମ୍ନାନିତ ଅତିଥି ରୂପେ ସାଂସଦଙ୍କ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଓଝା, ବରିଷ୍ଠ ଆଇନିଜୀବି ସୁଧିର ମହାନ୍ତି,ପ୍ରମୁଖ ଯୋଗଦେଇ ଉତ୍ତମ ଦେଶ ଗଠନରେ ଯୁଵଛାତ୍ରୀ ସମାଜ ସାମିଲ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା, ସଙ୍ଗୀତ, ସାଂସ୍କୃତିକ,କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର,ଟ୍ରଫି ଦେଇ ପୂରସ୍କୃତ କରାଯାଇଥିବାବେଳେ ବଳଙ୍ଗା ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ମୁଖ୍ୟ ଅତିଥି ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମହେଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments