ରେଙ୍ଗାଲି/ସମ୍ବଲପୁର/୧୭/୦୧/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ ଗତ ୧୭ ତାରିଖରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବେସବେସ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେ ଏସ ଡବ୍ଲୁ କାରଖାନାର ଏଭିପି ଅନୁପମ ସିହ୍ନା ,ସମ୍ମାନିତ ଅତିଥି ଭାବେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଠେଲକୋଲୋଇ ସରପଞ୍ଚ ଅବନ୍ତି ନାୟକ, ଜେ ଏସ ଡବ୍ଲୁ କାରଖାନାର ସି ଏସ ଆର ହେଡ ବିଶାଳ ରାଜ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାଭାବେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଦୁର୍ଗାପ୍ରସାଦ ସାହୁ ଯୋଗ ଦେଇଥିଲେ ।ଏମାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋଲବଦନ ପଧାନ, ସମ୍ପାଦକ ବିରଞ୍ଚି କୁମାର ନାଥ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ମଧ୍ୟ ମଂଚାସିନ ଥିଲେ। ଅତିଥିମାନେ ପ୍ରଥମେ ମା ସରସ୍ଵତୀଙ୍କ ପାଖରେ ଦୀପ ପ୍ରଜ୍ଵଳନ କରି ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୁର୍ଯୋଧନ ପଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ପାଇଁ ଯାହାର ଅବଦାନ ରହିଛି, ସେମାନଙ୍କୁ ମନେ ପକାଇ କୃତଜ୍ଞତା ଜ୍ଞାପନ କରିଥିଲେ।ଏହାପରେ ବିଭିନ୍ନ କ୍ଷେତ୍ରରେ ଉତ୍ତୀନ୍ନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।ଗତ ମ୍ୟାଟ୍ରିକ ପରୀକ୍ଷାରେ ବ୍ଲକ ସ୍ଥରରେ ପ୍ରଥମ ତଥା ଜିଲ୍ଲା ସ୍ଥରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଏ ୱାନ ଗ୍ରେଟ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ହିନ୍ଦୀ ଶିକ୍ଷକ ଦେବେନ୍ଦ୍ର ପଧାନ, ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟିର ହେବାସହ ସମସ୍ତଙ୍କ ମନ ମୋହିଥିଲା।
Recent Comments