ଅମ୍ବାଭୋନା/ବରଗଡ/୧୮/୦୧/୨୦୨୫/ (ଆଧାର ମିଡ଼ିଆ)-ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଜବହାର ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୧ ଜଣ ଏହି ପରୀକ୍ଷାକେନ୍ଦ୍ରରେ ଉପସ୍ଥିତ ଥିଲେ। ଆସନ୍ତା ଶିକ୍ଷାବର୍ଷରେ ନବୋଦୟ ବିଦ୍ୟାଳୟ ପରିଚାଳନା ସମିତି ଦ୍ବାରା ପରିଚାଳିତ ଜବାହର ନବୋଦୟ ବିଦ୍ୟାଳୟରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ ଖମାରୀ, ତେଜରାମ ସା, ଜ୍ୟୋତିଶ୍ଚନ୍ଦ୍ର ପଧାନ, ବୋଧରାମ ବିଶ୍ୱାଳ, ଈଶ୍ୱର ପଧାନ,ଅଙ୍କିତ ମହନ୍ତ,ଶିକ୍ଷୟିତ୍ରୀ ଅନୀତା ପଧାନ ନିରୀକ୍ଷକ ଦାୟିତ୍ଵ ତୁଲାଇଥିବା ବେଳେ ପଦ୍ମଲୋଚନ ବିଶି ଓ ସୁବାସ ଚନ୍ଦ୍ର ଖମାରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ କେନ୍ଦ୍ର ତତ୍ତ୍ୱାବଧାରକ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଜବାହର ନବୋଦୟ ବିଦ୍ୟାଳୟ ପାଇକମାଳର ଶିକ୍ଷକ ଗୋବିନ୍ଦ କୁମାର ପଣ୍ତିତ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ପରୀକ୍ଷା କାର୍ଯ୍ୟ ତଦାରଖ କରିଥିଲେ ଓ ସମସ୍ତ ପରୀକ୍ଷାର୍ଥୀ ଶୃଙ୍ଖଳିତ ଭାବରେ ପରୀକ୍ଷା ଦେଇଥିଲେ।
Recent Comments